ଅନ୍ୟାନ୍ୟ

ପୁଣି ୧୨ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ; ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିଥିବା ଅଭିଯୋଗ

କଲମ୍ବୋ: ଭାରତୀୟ ମତ୍ସଜୀବୀକୁ ଗିରଫ କଲା ଶ୍ରୀଲଙ୍କା। ଏହି ମତ୍ସ୍ୟଜୀବୀମାନେ ଶନିବାର ସକାଳେ ନେଦୁନ୍ଥିଭୁ ଦ୍ୱୀପ ଦେଇ ଶ୍ରଲୀଙ୍କାର ଅନ୍ତର୍ଜାତୀୟ ଜଳ ସୀମା ଅତିକ୍ରମ କରିଥିଲେ। ଏହାପରେ ସେଠାରେ ଥିବା ଶ୍ରୀଲଙ୍କା ତଟରକ୍ଷୀ ବାହିନୀ ସେମାନଙ୍କୁ ଗିରଫ କରିଛନ୍ତି। ଗିରଫ ୧୨ ଜଣ ହେଲେ ତାମିଲନାଡୁ ନାଗରିକ।
ଅଧିକ ତଦନ୍ତ ପାଇଁ ଗିରଫ ୧୨ ଜଣଙ୍କୁ ମୟିଲାଟ୍ଟି ପୋର୍ଟ ନିଆଯାଇଛି। ମତ୍ସ୍ୟଜୀବୀମାନେ ବ୍ୟବହାର କରୁଥିବା ବୋଟକୁ ମଧ୍ୟ ଜବତ କରିଛି ଶ୍ରୀଲଙ୍କା ନୌସେନା। ଏହା ପୂର୍ବରୁ ମଧ୍ୟ ମାର୍ଚ୍ଚ ୨୪ ତାରିଖରେ ୨୮ ଜଣ ତାମିଲନାଡୁ ନାଗରିକଙ୍କୁ ଗିରଫ କରିଥିଲା ଶ୍ରୀଲଙ୍କା। ଦୁଇଟି ଅଲଗା ଅଲଗା ସ୍ଥାନରେ ଏମାନଙ୍କୁ ଗିରଫ କରାଯାଇଥିଲା। ଏମାନେ ମଧ୍ୟ ଶ୍ରୀଲଙ୍କାର ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିଥିବା ଅଭିଯୋଗ ହୋଇଥିଲା।
ତେବେ ବାରମ୍ବାର ତାମିଲନାଡୁର ମତ୍ସଜୀବୀଙ୍କ ଉପରେ ଆକ୍ରମଣ ହେଉଥିବା ଅଭିଯୋଗ କରି ଫେବ୍ରୁଆରୀରେ ବୈଦେଶିକମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଥିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍। ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜୟ ଶଙ୍କର ଚିଠିରେ ଲେଖିଥିଲେ।

Related Articles

Back to top button