କଟକ() CMC ଡେପୁଟି ମେୟର ନିର୍ବାଚନକୁ ବିଜେପି ଓ କଂଗ୍ରେସର ବୟକଟ୍। ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ପଳାଇଲେ ବିଜେପି ଓ କଂଗ୍ରେସ କାଉନସିଲର। ଗଣତନ୍ତ୍ରର ଏକ ପ୍ରକାର ହତ୍ୟା କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ। ଅବଜରଭରଙ୍କୁ ଦେଖାଇ ଭୋଟଦାନ ନିୟମକୁ ସେମାନେ ବିରୋଧ କରିଛନ୍ତି। ସେପଟେ CMC ଡେପୁଟି ମେୟର ପଦ ପାଇଁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି କର୍ପୋରେଟର ଦମୟନ୍ତୀ ମାଝୀ। ଆଜି ସିଏମ୍ସି ଡେପୁଟି ମେୟର ନିର୍ବାଚନ ହେଉଥିବା ବେଳେ କଟକ ଶହୀଦ ଭବନରେ ଏ ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଡେପୁଟି ମେୟର ପ୍ରାର୍ଥୀ ଦିନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ କରିବାକୁ ଥିବା ବେଳେ ୧୧ଟାରୁ ୧୨ ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ହେବ। ଦିନ ଗୋଟାଏ ପୂର୍ବରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ଏହାପରେ ଗୋଟାଏ ୩୦ରୁ ଭୋଟିଂ ଆରମ୍ଭ ହେବ। ତେବେ ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ବିଜେପି ଓ କଂଗ୍ରେସ କାଉନସିଲରମାନେ ଚାଲିଯାଇଛନ୍ତି। ଭୋଟିଂ ଶେଷ ହେବା ପରେ ଗଣତି ହୋଇ ଡେପୁଟି ମେୟରଙ୍କ ନାଁ ଘୋଷଣା କରାଯିବ। ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ନିଯୁକ୍ତ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନିର୍ବାଚନ ପରିଚାଳନା କରିଵେ।