ଜାତୀୟ

କରୋନା ସତ୍ତ୍ୱେ ୨୦୨୧-୨୨ରେ ରେକର୍ଡ ୨୭ ଲକ୍ଷ କୋଟି ଟିକସ ଆଦାୟ, ବଜେଟ ଆକଳନଠାରୁ ୫ ଲକ୍ଷ କୋଟି ଅଧିକ

ନୂଆଦିଲ୍ଲୀ() କରୋନାର ଦୁଇ ବର୍ଷ ପରେ ଭାରତୀୟ ଅର୍ଥ ବ୍ୟବସ୍ଥା ପୁଣି ଥରେ ଟ୍ରାକକୁ ଫେରିଛି । ଧିମେଇ ଯାଇଥିବା ଅର୍ଥବ୍ୟବସ୍ଥା ପୁଣି ଥରେ ଗତିଶୀଳ ହୋଇଛି। କେନ୍ଦ୍ର ସରକାରଙ୍କ ଟିକସ ଆଦାୟ ଏହାକୁ ପ୍ରମାଣିତ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ପୂର୍ବ ବର୍ଷ ଅପେକ୍ଷା ଭଲ ପ୍ରଦର୍ଶନ କରିଛି। ୨୦୨୧-୨୨ରେ ୨୨.୧୨ ଲକ୍ଷ କୋଟିର ଟିକସ ଆଦାୟ ଲକ୍ଷ୍ୟକୁ ପାର କରି ଗତ ବର୍ଷ ଟ୍ୟାକ୍ସ ସଂଗ୍ରହ ୨୭.୦୭ ଲକ୍ଷ କୋଟି ହୋଇଛି। ଯାହା ନିର୍ଦ୍ଧାରିତ ଲକ୍ଷ୍ୟଠାରୁ ୫ ଲକ୍ଷ କୋଟି ଅଧିକ। ୨୦୨୧-୨୨ର ଟ୍ୟାକ୍ସ ସଂଗ୍ରହ  ୨୦୨୦-୨୧ର ୨୦.୨୭ ଲକ୍ଷ କୋଟି ଟଙ୍କା ତୁଳନାରେ ୩୪ ପ୍ରତିଶତ ଅଧିକ।

ଅର୍ଥ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ପ୍ରତ୍ୟେକ୍ଷ ଟିକସ ଆଦାୟରେ ୪୯ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ପରୋକ୍ଷ ଟ୍ୟାକ୍ସ ସଂଗ୍ରହରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୧-୨୨ରେ ପ୍ରତ୍ୟେକ୍ଷ ଟିକସ ଆଦାୟ ୧୪.୧୦ ଲକ୍ଷ କୋଟି ହୋଇଛି, ଯାହା ବଜେଟର ଅକଳନଠାରୁ ୩.୦୨ ଲକ୍ଷ କୋଟି ଟଙ୍କା ଅଧିକ। ସେହିପରି ପରୋକ୍ଷ ଟିକସ ଆଦାୟ ୧୨.୯୦ ଲକ୍ଷ କୋଟି ରହିଛି, ଯାହା ବଜେଟର ପୂର୍ବାନୁମାନ ୧୧.୦୨ ଲକ୍ଷ କୋଟି ଟଙ୍କାରୁ ଅଧିକ। ଅର୍ଥାତ ୧.୮୮ ଲକ୍ଷ କୋଟି ଟଙ୍କା ଅଧିକ।

ରେକର୍ଡ ଟ୍ୟାକ୍ସ ସଂଗ୍ରହ ଉପରେ ଅର୍ଥ ମନ୍ତ୍ରଣାଳୟ ବୟାନ ଜାରି କରି କହିଛି, ଦୁନିଆର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଯୋଗୁଁ ଏହି ଆର୍ଥିକ ସୁଧାର ସମ୍ଭବ ହୋଇପାରିଛି। ଦେଶରେ ଅର୍ଥବ୍ୟବସ୍ଥା ମଜବୁତ ସ୍ଥିତିରେ ଥିବା ଏହା ଦର୍ଶାଉଛି। ଅର୍ଥ ମନ୍ତ୍ରଣାଳୟ ଅନୁସାରେ,କରୋନା ମହାମାରୀ ସତ୍ତ୍ୱେ ଜିଏସଟି ସଂଗ୍ରହରେ ଅଶାଠାରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି। ଟେକ୍ନୌଲଜି ଏବଂ ଅର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସାହାଯ୍ୟରେ ବିଭାଗ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଟିକସରେ ଅନେକ ନୀତିଗତ ସଂସ୍କାର ଆଣିବାରେ ସଫଳ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com