ସ୍ୱାସ୍ଥ୍ୟ

ସାଂଘାଇରେ କାୟା ମେଲାଇଲା କରୋନା : ଭାରତ ବନ୍ଦ କଲା କନସୁଲେଟ୍ ଅଫିସ୍

ବେଜିଂ()ଚୀନ୍‌ରେ କରୋନା ଭାଇରସ୍ ମାମଲା ପୁଣି ଥରେ ବଢିବାରେ ଲାଗିଲାଣି । ଏହାକୁ ଦେଖି କିଛି ସହରରେ କଡା ନିୟମ ପାଳନ କରାଯାଉଛି । ଖାସ୍‌କରି ସାଂଘାଇରେ ସ୍ଥିତି ଖରାପ ହେବାରେ ଲାଗିଲାଣି । ଏହାକୁ ଦୃଷ୍ଟିରେ ରଖି ଭାରତ ତାର କନସୁଲେଟ୍ ଅଫିସ୍ ବର୍ତ୍ତମାନ ପାଇଁ ବନ୍ଦ କରିଦେଇଛି ।

ବେଜିଂ ସ୍ଥିତ ଭାରତୀୟ ଦୂତାବାସ ଏ ସମ୍ପର୍କରେ କହିଛି ଯେ, ଶାଂଘାଇରେ କୋଭିଡ୍ ୧୯ ପାଇଁ ଲକଡାଉନ୍‌କୁ ଦୃଷ୍ଟିରେ ରଖି କନସୁଲେଟ୍ ଅଫିସ୍ ବର୍ତ୍ତମାନ ବନ୍ଦ ରହିବ । ବ୍ୟକ୍ତିଗତ ସ୍ତରରେ କନସୁଲେଟ୍ ସେବା ପ୍ରଦାନ କରାଯାଇ ପାରିବନାହିଁ । ଦୂତାବାସ ଏ ସମ୍ପର୍କରେ ଶାଂଘାଇରେ ରହୁଥିବା ଭାରତୀୟମାନଙ୍କ ପାଇଁ ଗାଇଡ୍‌ଲାଇନ୍ ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ, ସେମାନଙ୍କୁ କଣ କରିବାକୁ ପଡିବ । ଦୂତାବାସ ଭାରତୀୟ ନାଗରିକଙ୍କୁ ୮୬୧୮୯୩୦୩୧୪୫୭୫/୧୮୩୧୭୧୬୦୭୩୬ ନମ୍ବରରେ ଯୋଗାଯୋଗ କରିବା ପାଇଁ କହିଛି ।

ଚୀନ୍‌ରେ ପୁଣି ଥରେ କରୋନା ସଂକ୍ରମଣ ବଢିବାକୁ ଲାଗିଲାଣି । ସାଂଘାଇ ସମେତ ଅନ୍ୟ ସହରରେ ସଂକ୍ରମଣର ଅନେକ ମାମଲା ସାମ୍ନାକୁ ଆସିଲାଣି । ଏଭଳି ସ୍ଥିତିରେ ସ୍ଥାନୀୟ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରୁଛି । ସାଂଘାଇରେ ଦୁଇଟି ପର୍ଯ୍ୟାୟରେ ଲକ୍‌ଡାଉନ୍ ଲଗାଯାଇଛି । ଏଠାରେ ଲୋକଙ୍କୁ ନିଜ ଘରୁ ବାହାରକୁ ବାହାରିବାକୁ ଅନୁମତି ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com