Featuredଅନ୍ତର୍ଜାତୀୟଜାତୀୟ

ୟୁକ୍ରେନ ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ : ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି

ୟୁକ୍ରେନରେ ସ୍ଥିତି ବିଗୁଡୁଥିବାରୁ ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କୁ ୟୁକ୍ରେନ୍ ଛାଡ଼ିବାକୁ ବାରମ୍ବାର ପରାମର୍ଶ ଦେଇଆସୁଛନ୍ତି । ହେଲେ ମଙ୍ଗଳବାର ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ନୂଆ ଆଡଭାଇଜରି ଜାରି କରାଯାଇଛି । ଯେଉଁଥିରେ ୟୁକ୍ରେନରେ ଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ଦେଶ ଚାଡ଼ିବାକୁ କୁହାଯାଉଛି । ଅକ୍ଟୋବର ୧୯ ତାରିଖରେ ଜାରି ହୋଇଥିବା ଆଇଭାଇଜରି ପରେ କିଛି ଭାରତୀୟ ୟୁକ୍ରେନ୍ ଛାଡ଼ି ସାରିଛନ୍ତି । ଦୂତାବାସ ପକ୍ଷରୁ କିଛି ନମ୍ବର ଶେୟାର କରାଯାଇଛି, ଯେଉଁଥିରେ ଭାରତୀୟ ନାଗରିକମାନେ ସୀମା ଅତିକ୍ରମ କରିବା ପାଇଁ ଯେକୌଣସି ସହାୟତା ପାଇଁ ଯୋଗାଯୋଗ କରିପାରିବେ ।

ସେହିପରି ୧୯ ତାରିଖରେ ଜାରି ହୋଇଥିବା ଆଡଭାଇଜରିରେ ବିପର୍ଯ୍ୟନ୍ତ ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ଖି ଭାରତୀୟଙ୍କୁ ୟୁକ୍ରେନ୍ ଛାଡ଼ିବା କିମ୍ବା ଦେଶ ଭିତରେ ବୁଲିବାକୁ ବାରଣ କରାଯାଇଛି । ୟୁକ୍ରେନ୍ ନିଜ ଅଂଚଳରେ ‘ଡାର୍ଟି ବମ୍’ର ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । କାରଣ ରୁଷ୍ ବାରମ୍ବାର ୟୁକ୍ରେନ ଉପରେ ମିଜାଇଲ ମାଡ଼ କରିବାକୁ ଧମକ ଦେଇ ଆସୁଛି । ନିକଟରେ ରୁଷ୍, ୟୁକ୍ରେନର ବିଭିନ୍ନ ସହରରେ ବୋମା ମାଡ଼ କରିଥିଲା । ଏହାସହ ୟୁକ୍ରେନର ୪ଟି ଅଞ୍ଚଳକୁ ରୁଷ୍ କବଜା କରିଥିଲା । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ଭାରତୀୟଙ୍କୁ ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ପରାମର୍ଶ ଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com