ଅନ୍ୟାନ୍ୟ

ପୋଖରୀରେ ଖସି ପଡିଲା ଦାମୀ କାର, ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ() ଭୟଙ୍କର ସଡକ ଦୁର୍ଘଟଣା । ପୋଖରୀରେ ଖସି ପଡିଲା ଫର୍ଚ୍ୟୁନର । ୫ ଜଣଙ୍କର ଚାଲିଗଲା ଜୀବନ । ଏପରି ଘଟଣା ସାମ୍ନାକୁ ଆସିଛି ପଞ୍ଚାବର ଲୁଧିଆନରେ ।

ସୂଚନାନୁସାରେ, ସୋମବାର ବିଳମ୍ବିତ ରାତ୍ରରେ ଏକ ଫର୍ଚ୍ୟୁନର କାରରେ ୬ ଜଣ ବ୍ୟକ୍ତି କେଉଁଆଡେ ଯାଉଥିଲେ । ତେବେ ଲୁଧିଆନାର ପାୟଲ ନିକଟରେ ଗାଡିଟି ପୋଖରୀରେ ଖସି ପଡିଥିଲା । ତୁରନ୍ତ ସ୍ଥାନୀୟ ଲୋକେ ଓ ପୋଲିସ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । କାରକୁ ପୋଖରୀରୁ ବାହାର କରିଥିଲେ । ତେବେ ସେତେବେଳକୁ ୫ଜଣଙ୍କ ମୃତ୍ୟୁ ହୋଇସାରିଥିଲା ।

ଭାରସାମ୍ୟ ହରାଇ କାରଟି ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି । ମୃତକମାନେ ହେଲେ ଜତିନ୍ଦର ସିଂ, ଅଗତାର ସିଂ, ଜଗା ସିଂ, କୁଲଦୀପ ସିଂ ଓ ଜଗଦୀପ ସିଂ । ପୋଲିସ ସେମାନଙ୍କ ମୃତଦେହ ଜବତ କରି ପୋଷ୍ଟ ମଟର୍ମ ପାଇଁ ପଠାଇଛି ।

ସୌଭାଗ୍ୟକ୍ରମେ କାରରେ ବସିଥିଲା ସନ୍ଦୀପ ସିଂ ଅଳ୍ପକେ ରକ୍ଷା ପାଇଛନ୍ତି । ସେ ପୋଖରୀରୁ ପହଁରି କୂଳକୁ ଆସି ଯାଇଥିଲେ । ସେ ହିଁ ସ୍ଥାନୀୟ ଲୋକଙ୍କୁ ଡାକି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com