ଜାତୀୟମନୋରଞ୍ଜନ

୮୧୬ ବର୍ଷ ପୂର୍ବର ଇତିହାସକୁ ନେଇ ନିର୍ମାଣ ହେଲା ସିନେମା; ଟ୍ରେଲର ମୁକ୍ତିଲାଭ ପରେ ଲୋକପ୍ରିୟ ହେଲା ଅକ୍ଷୟଙ୍କ ଏହି ସଂଳାପ…

(ମୁମ୍ୱାଇ) ବଲିଉଡର ଚର୍ଚ୍ଚିତ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନିତ ଫିଲ୍ମ ‘ପୃଥ୍ୱୀରାଜ’ର ଟ୍ରେଲର ମୁକ୍ତିଲାଭ କରିଛି । ଏହି ଟ୍ରେଲରଟି ଦର୍ଶକମାନଙ୍କୁ ଖୁବ ପସନ୍ଦ ଆସିଛି। ଏଥିରେ ଫୃଥ୍ୱୀରାଜ ଚୌହାନଙ୍କର ବୀରତ୍ୱପୂର୍ଣ୍ଣ ଗାଥାକୁ ଦର୍ଶକମାନେ ଦେଖିବାକୁ ପାଇବେ। ଆସନ୍ତା ଜୁନ ୩ ତାରିଖରେ ଏହି ଚଳଚ୍ଚିତ୍ରଟି ପ୍ରେକ୍ଷାଳୟମାନଙ୍କରେ ମୁକ୍ତିଲାଭ କରିବାକୁ ଯାଉଛି।ଏଥିରେ ଆପଣ ପୃଥ୍ୱୀରାଜ ଚୌହନଙ୍କର ୮୧୬ ବର୍ଷର ପୁରୁଣା ଇତିହାସ ଦେଖିବାକୁ ମିଳିବ।  ଯେତେବେଳେକି ତାଙ୍କର ଆଖି ନଥିବା ସତ୍ତ୍ୱେବି ସେ ମହମ୍ମଦ ଘୋରିଙ୍କ ଉପରେ ପ୍ରତିଶୋଧ ନେଇଥିଲେ।

ପୃଥ୍ୱୀରାଜ ଚୌହାନ ୧୧୬୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେ ରାଜା ସୋମେଶ୍ୱର ଚୌହାନଙ୍କ ପୁଅ ଥିଲେ। ପୃଥ୍ୱୀରାଜଙ୍କୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳେ। ପୃଥ୍ୱୀରାଜଙ୍କ ମାଆ କର୍ପୁରି ଦେବୀ ତତ୍କାଳୀନ ଦିଲ୍ଲୀର ରାଜା ଦ୍ୱିତୀୟ ଅନଙ୍ଗପାଳଙ୍କ ଝିଅ ଥିଲେ। ପୃଥ୍ୱୀରାଜଙ୍କ ବୀର ଗାଥା ପ୍ରାୟ ସମସ୍ତେ କହନ୍ତି। କିନ୍ତୁ ଏହାକୁ ପ୍ରଥମ ଥର ପାଇଁ ଦର୍ଶକମାନେ ବଡ଼ ପରଦାରେ ଦେଖିବାକୁ ପାଇବେ। ଅକ୍ଷୟଙ୍କ ଅଭିନିତି ଏହି ଫିଲ୍ମରେ ଅନେକ ଦମ୍‌ଦାର ସଂଳାପ ରହିଛି। ନିଜ ଧର୍ମକୁ ସବୁବେଳେ ପ୍ରାଧାନ୍ୟ ଦେଉଥିବା ପୃଥ୍ୱୀରାଜଙ୍କ ଚୌହାନ ଚଳଚ୍ଚିତ୍ର ଟ୍ରେଲରରେ ଅକ୍ଷୟ କୁମାରଙ୍କ ‘‘ଧର୍ମ କେଲିଏ ଜିତାହୁଁ ଔର ଧର୍ମ କେଲିଏ ମରୁଙ୍ଗା’’ର ଡାଏଲଗଟି ଫିଲ୍ମ ରିଲିଜ ପୂର୍ବରୁ ଦର୍ଶକମାନଙ୍କ ପାଖରୁ ଅନେକ ପ୍ରଶଂସା ସାଉଁଟିଛି।

ପୃଥ୍ୱୀରାଜ ଚୌହାନ ଓ ମହମ୍ମଦ ଘୋରୀଙ୍କ ଭିତରେ ହୋଇଥିବା ଯୁଦ୍ଧ ବହୁତ ଅଧିକ ସମୟ ଧରି ଚାଲିଥିଲା। ୧୧୮୬ ମସିହାରେ ତାଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ୧୧୯୧ ମସିହାରେ ଶେଷ ହୋଇଥିଲା। କିନ୍ତୁ ଅଧିକାଂଶ ସ୍ଥାନରେ ୨ଟି ଯୁଦ୍ଧକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତାଙ୍କ ମଧ୍ୟରେ ପ୍ରଥମ ଯୁଦ୍ଧ ୧୧୯୧ ମସିହାରେ ହୋଇଥିଲା। ଏଥିରେ ମହମ୍ମଦ ଘୋରି ହାରି ଯାଇଥିଲେ ସତ କିନ୍ତୁ ପୃଥ୍ୱୀରାଜ ତାଙ୍କୁ ଦୟା ଦେଖାଇ ଛାଡ଼ି ଦେଇଥିଲେ। ପରେ ୧୧୯୨ରେ ତାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧରେ ମହମ୍ମଦ ଘୋରୀ ପୃଥ୍ୱୀରାଜ ଚୌହାନଙ୍କୁ ହରାଇ ତାଙ୍କୁ ବନ୍ଦି କରିଥିଲେ। ପରେ ମହମ୍ମଦ ଘୋରି ପୃଥ୍ୱୀରାଜଙ୍କ ଆଖିକୁ ଗରମ ଲୁହାର ଏକ ଅସ୍ତ୍ରରେ ନଷ୍ଟ କରିବା ସହ ତାଙ୍କୁ କାରାଗାରରେ ବନ୍ଦି  କରିଥିଲେ ।

ପୃଥ୍ୱୀରାଜ ଚୌହାନଙ୍କ କାହାଣୀରେ ତାଙ୍କର ବନ୍ଧୁ ଚମ୍ବର ଚନ୍ଦବରଦାଇଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ସେ “ପୃଥ୍ୱୀରାଜ ରାସୋ’’ ଲେଖିଥିଲେ। ଚନ୍ଦବରଦାଇ ମହମ୍ମଦ ଘୋରୀଙ୍କୁ ପୃଥ୍ୱୀରାଜ ଚୌହାନଙ୍କର ଶବ୍ଦ ଭେଦି କୌଶଳ ଦେଖିବା ପାଇଁ ରାଜି କରାଇଥିଲେ। ପରେ ଚନ୍ଦବରଦାଇ ଏକ ଦୋହା ଦ୍ୱାରା ପୃଥ୍ୱୀରାଜଙ୍କୁ ଆଭାସ ଦେଇ କହିଥିଲେ ମହମ୍ମଦ ଘୋରୀ ତାଙ୍କ ଠାରୁ କେତେ ଦୂରରେ ଅଛନ୍ତି। ସେ ଦୋହାରେ କହିଥିଲେ ଚାରି ବାଉଁଶ, ଚବିଶ ଗଜ ଆଙ୍ଗୁଳି, ଅଷ୍ଟ ପ୍ରମାଣ ଉପରେ ସୁଲତାନ ଅଛନ୍ତି ଭୁଲନ୍ତୁ ନାହିଁ ଚୌହାନ। ପରେ ପୃଥ୍ୱୀରାଜ ଚୌହାନଙ୍କ ଆଖି ନଷ୍ଟ ହୋଇଥିଲେ ମଧ୍ୟ ଦୋହା ଶୁଣିବା ପରେ ସେ ତାଙ୍କର ଶତୃ ମହମ୍ମଦ ଘୋରିଙ୍କ ଉପରେ ପ୍ରତିଶୋଧ ନେଇ ତାଙ୍କୁ ଶେଷ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com