ଓଡ଼ିଶା

ବାଧ୍ୟତାମୂଳକ ହେବନି ସ୍ନାତକୋତ୍ତର, ସ୍ନାତକ ପରେ ସିଧାସଳଖ ପିଏଚ୍‌ଡି

ଭୁବନେଶ୍ୱର : ସ୍ୱାତକ(ୟୁଜି) ପରେ ଛାତ୍ରଛାତ୍ରୀ ଏଣିକି ସିଧାସଳଖ ପିଏଚଡିରେ ନାମ ଲେଖାଇବେ। ସେମାନଙ୍କ ପାଇଁ ସ୍ୱାତକୋତ୍ତର(ପିଜି) ବାଧ୍ୟତାମୂଳକ ହେବ ନାହିଁ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିଷ୍ପତ୍ତି ହୋଇଥିବାବେଳେ ଏନେଇ ସବିଶେଷ ମାର୍ଗଦର୍ଶିକା ୟୁଜିସି ପକ୍ଷରୁ ଖୁବଶିଘ୍ର ପ୍ରକାଶ ପାଇବ। ୪ ବର୍ଷିଆ ସ୍ନାତକ(ଇଣ୍ଟିଗ୍ରେଟେଡ୍‍) ପାଠ୍ୟକ୍ରମ ଅଧ୍ୟନ କରୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ ଜଗଦେଶ କୁମାର ସୂଚନା ଦେଇଛନ୍ତି। ଇଣ୍ଟିଗ୍ରେଟେଡ୍‍ ୟୁଜିରେ ୧୦ରୁ ୭.୫ ସିଜିପିଏ(କ୍ୟୁମଲେଟିଭ୍‍ ଗ୍ରେଡ ପଏଣ୍ଟ ଆଭେରେଜ୍‍) ରଖିଥିବା ଛାତ୍ରଛାତ୍ରୀ ସିଧାସଳଖ ପିଏଚଡିରେ ନାମ ଲେଖାଇ ପାରିବେ। ପିଏଚଡି ପୂର୍ବରୁ ସେମାନଙ୍କୁ ସ୍ନାତକୋତ୍ତର ଅଧ୍ୟୟନ କରିବା ବାଧ୍ୟତାମୂଳକ ହେବ ନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com