ଓଡ଼ିଶା

ଆସିଲା ‘ନନ୍ଦ’ର ପୋଷ୍ଟମର୍ଟମ ରିପୋର୍ଟ, ସେପ୍ଟିସେମିଆ ଯୋଗୁଁ ହୋଇଛି ମୃତ୍ୟୁ

ଭୁବନେଶ୍ବର: ଆସିଲା ହାତୀ “ନନ୍ଦ”ର ପୋଷ୍ଟ ମଟମ ରିପୋର୍ଟ । ସେପ୍ଟିସେମିଆ ଯୋଗୁ ହୋଇଛି “ନନ୍ଦ”ର ମୃତ୍ୟୁ । ହାତୀକୁ ପୂର୍ବରୁ ବ୍ୟାକ୍ଟେରିଆଲ ଇନଫେକ୍ସନ ହୋଇସାରିଥିଲା । ବ୍ଲଡ ଇନଫେକ୍ସନ  କମାଇବା ପାଇଁ ତାହାର ଚିକତ୍ସା ଚାଲିଥିଲା  । ଅଧିକ ଇନଫେକ୍ସନ ହେବା ଯୋଗୁଁ ସେପ୍ଟିସେମିଆ ହୋଇଛି । ଏନେଇ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ସୁସେନ ପଣ୍ଡା ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ୨୦ ଦିନ ତଳେ ହାତୀଟିକୁ କୁମାରଖୁଣ୍ଟି ଅଞ୍ଚଳରେ ଟ୍ରଙ୍କୁଳାଇଜ କରାଯାଇଥିଲା। ତାପର ଠାରୁ ହାତୀଟି ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି। ରବିବାର ଭୋର ୪ଟାରେ ହାତୀଟି ଆପେ ଆପେ ଗଳି ପଡିବା ପରେ ସାଲାଇନ ଲଗାଯାଇଥିଲା । ଖାଇବା ପିଇବା ଛାଡି ଦେଇଥିବା ନନ୍ଦର ଅବସ୍ଥା ବିଗିଡି ଯାଇଥିଲା । ଶେଷରେ ସୋମବାର ଦିନ ଭୋର ସମୟରେ ହାତୀଟିର ମୃତ୍ୟୁ ହୋଇଯାଇଥିଲା । ଏବେ ତାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com