ଜାତୀୟମନୋରଞ୍ଜନ

ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ରେ ପାକିସ୍ତାନୀ ଗୀତକୁ କପି କରିଛନ୍ତି ନିର୍ଦ୍ଦେଶକ କରନ୍‌ ଜୋହର, କଣ୍ଠଶିଳ୍ପୀ ଅବରାର୍‌-ଉଲ୍‌-ହକ୍‌ ଆଣିଲେ ଅଭିଯୋଗ

ମୁମ୍ବାଇ: ବର୍ତ୍ତମାନ କରନ ଜୋହରଙ୍କ ଆଗାମୀ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’ ଖୁବ୍‌ ଚର୍ଚ୍ଚାରେ ଅଛି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଯାହା ପରେ ଏକ ନୂଆ ବିବାଦ ଦେଖିବାକୁ ମିଳିଛି । ପାକିସ୍ତାନୀ ଗାୟକ ଅବରାର-ଉଲ-ହକ କରଣ ଜୋହରଙ୍କ ନାଁରେ ଅଭିଯୋଗ କରିଛନ୍ତି । ଟ୍ବିଟ୍‌ କରି କହିଛନ୍ତି କି କରଣ ଜୋହର ତାଙ୍କ ଗୀତକୁ କପି ତଥା ଚୋରି କରିଛନ୍ତି। ଏହାକୁ ନେଇ ସେ ସୋସିଆଲ୍‌ ମିଡିଆରେ ଖୁବ୍‌ ଆଲୋଚନା ଚାଲିଛି ।

‘ଜୁଗ୍‌ ଜୁଗ୍‌ ଜିଓ’ର ମେକର୍ସମାନେ ୨୨ ମେ’ରେ ଫିଲ୍ମର ଟ୍ରେଲର ରିଲିଜ୍ କରିଛନ୍ତି । ଟ୍ରେଲରରେ ‘ନାଚ୍‌ ପଞ୍ଜାବନ’ ଗୀତର କିଛି ଟ୍ରେଲର୍‌ ଦେଖାଯାଇଛି । ଏହି ଟ୍ରେଲରକୁ ଦେଖିବା ପରେ ପାକିସ୍ତାନୀ ଗାୟକ ଅବରାର-ଉଲ-ହକଙ୍କ ଟ୍ୱିଟ କରି ଅଭିଯୋଗ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, ମୁଁ ମୋର ଗୀତ ‘ନାଚ୍ ପଞ୍ଜାବନ’କୁ କୌଣସି ଭାରତୀୟ ଚଳଚ୍ଚିତ୍ରରେ ବିକ୍ରି କରି ନାହିଁ। ମୋ କ୍ଷତିପୂରଣ ଦାବିରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ଅଛି । କରଣ ଜୋହରଙ୍କ ପରି ନିର୍ମାତାମାନେ ଗୀତକୁ କପି କରି ବ୍ୟବହାର କରିବା ଠିକ୍‌ ନୁହେଁ । ଏହା ମୋର ଷଷ୍ଠତମ ଗୀତ, ଯାହା କପି କରାଯାଇଛି, ଏହାକୁ ଆଦୌ ଅନୁମତି ଦିଆଯିବ ନାହିଁ ।

ଏହା ବାଦ୍‌ ମଧ୍ୟ ସେ କହିଛନ୍ତି ‘ନାଚ୍ ପଞ୍ଜାବନ’ ଗୀତର ଲାଇସେନ୍ସ କାହାକୁ ଦିଆଯାଇ ନାହିଁ। ଯଦି ଏହାକୁ କେହି ଦାବି କରୁଛନ୍ତି , ତେବେ ତାହାର ଏଗ୍ରିମେଣ୍ଟ ଦେଖାନ୍ତୁ । ବର୍ତ୍ତମାନ ଏହି ଟ୍ବିଟ୍‌  ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଅନ୍ୟପଟେ ଏହି ଟ୍ବିଟ୍‌ ଦେଖିବା ପରେ ଅନେକ ୟୁଜର୍ସମାନେ କମେଣ୍ଟ କରି କହିଛନ୍ତି କି ପାକିସ୍ତାନ ଭଲ ଦେଶ ନୁହେଁ ତଥାପ ତାଙ୍କ ଗୀତକୁ କପି କରୁଛନ୍ତି। ଆଉ ଜଣେ କହିଛନ୍ତି କି ତୁମେ କାହିଁକି ତାଙ୍କ ଗୀତକୁ କପି କରୁଛ?

Related Articles

Back to top button