ଓଡ଼ିଶା

ଅଲଣ୍ଡା ଗୋଷ୍ଠୀ ସଂଘର୍ଷ ଓ ଭୋଟ୍ ବାକ୍ସ ଲୁଟ୍ ଘଟଣା: ଆଉ ଛଅଜଣଙ୍କୁ ବାନ୍ଧିଲା ପୁଲିସ, ଗିରଫ ସଂଖ୍ୟା ୧୪କୁ ବୃଦ୍ଧି

ପୁରୀ() ପଞ୍ଚାୟତ ନିର୍ବାଚନ ବେଳେ ସଂଘଠିତ ପୁରୀ ଜିଲ୍ଲାର ଅଲଣ୍ଡା ଗୋଷ୍ଠୀ ସଂଘର୍ଷ ଓ ଭୋଟ୍ ବାକ୍ସ ଲୁଟ୍ ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୁଲିସ। ଏହି ଘଟଣାରେ ଗତକାଲି ୮ ଜଣ ଗିରଫ ହୋଇଥିଲେ। ଏହାଫଳରେ ମୋଟ୍ ଗିରଫ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଏ ନେଇ ପୁରୀ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ବୁଧବାର ଦିନ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ଜିଲ୍ଲାରେ ଭୋଟ୍ ବାକ୍ସ ଲୁଟ୍, ରକ୍ତାକ୍ତ ସଂଘର୍ଷ, ବୋମାମାଡ଼ ଘଟଣା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ହଇଚଇ ସୃଷ୍ଟି ହୋଇଛି। ରାଜନୈତିକ ମହଲ କମିସନ ଓ ରାଜ୍ୟ ସରକାରଙ୍କ ଉପରେ ଆଙ୍ଗୁଠି ଉଠାଇଛନ୍ତି। ସେପଟେ ହିଂସାର ସ୍ବରୂପ ଦେଖି ରାଜ୍ୟ ନିର୍ବାଚନ କମିସନର ମଧ୍ୟ କ୍ଷୁବ୍ଧ। ଗୁରୁବାର ସନ୍ଧ୍ୟାରେ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ଜରୁରୀ ବୈଠକ ଡାକି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୌଣସି ପରିସ୍ଥିତିରେ ନିର୍ବାଚନରେ ହିଂସା ହେବା ଉଚିତ୍ ନୁହେଁ ଓ ଏହାକୁ ଏଡ଼ାଇବା ଲାଗି ବୈଠକରେ ଉପସ୍ଥିତ ପୁଲିସ ଡିଜିଙ୍କୁ ତାଗିଦ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଯେଭଳି ପ୍ରଥମ ପର୍ଯ୍ୟାୟ ଭଳି କୌଣସି ଅଘଟଣ ଘଟିବନାହିଁ, ତାହା ନିଶ୍ଚିତ କରିବାକୁ କଡ଼ା ଭାଷାରେ କୁହାଯାଇଛି। ଏହି ବୈଠକରେ ମୁଖ୍ୟସଚିବ, ଗୃହ ସଚିବ ପ୍ରମୁଖ ମଧ୍ୟ ଯୋଗ ଦେଇଥିଲେ।
ଓଡ଼ିଶା ପଞ୍ଚାୟତିରାଜ ନିର୍ବାଚନର ୨ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଅପରାହ୍ନ ୧ଟା ଯାଏଁ ଭୋଟ ଗ୍ରହଣ କରାଯିବ। ଏହି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୦ ହଜାର ୪୩୫ଟି ବୁଥରେ ମତଦାନ ଜାରି ରହିଛି। ସେଥିରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍ ରହିଛି। ମତଦାନ ସମୟରେ ଯେପରି କୌଣସି ପ୍ରକାରର ହିଂସା ନହୁଏ ସେଥିପାଇଁ ପୁଲିସ ମୁତୟନ ହୋଇଛନ୍ତି। ମୋଟ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ୧୭୫୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟିର ନଜର ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବ୍ୟାପକ ହିଂସା ପରେ ପୁଲିସ ଅଧିକ ସତର୍କ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com