ଅନ୍ତର୍ଜାତୀୟଜାତୀୟ
ଆଠ ପିଲାର ମାଆ, ଫିଟ୍ନେସ୍ ଦେଖିଲେ ହୋଇଯିବେ ତାଜୁବ୍
ନୂଆଦିଲ୍ଳୀ: ବର୍ତ୍ତମାନ ସମୟରେ ଲୋକମାନେ ସେମାନଙ୍କର ଖାଦ୍ୟ, ପାନୀୟ ପ୍ରତି ସଚେତନ ରହୁ ନାହାନ୍ତି। ବିଭିନ୍ନ ପ୍ରକାରର ଫାଷ୍ଟଫୁଡ୍ ଖାଇ ସ୍ବାସ୍ଥ୍ୟ ଖରାପ କରୁଛନ୍ତି। ଲୋକମାନେ ପୂର୍ବ ଅପେକ୍ଷା ଶାରୀରିକ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେଉ ନାହାନ୍ତି । ଚାକିରି ହେତୁ ଲୋକମାନେ ନିଜକୁ ଭୁଲି ଯାଉଛନ୍ତି। ଏହି ସମୟରେ, ଆମ ସମାଜରେ ଏପରି କିଛି ଲୋକ ମଧ୍ୟ ଉପସ୍ଥିତ, ଯେଉଁମାନେ ଫିଟ୍ ରହିବା ପାଇଁ ଜିମ୍ ଯାଉଛନ୍ତି। ଏହା ସହ ଫିଟନେସ୍ କ୍ଷେତ୍ରରେ ନୂଆ ପରିଚୟ ହାସଲ କରୁଛନ୍ତି।
ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ କାହାଣୀ ଭାଇରାଲ ହେବାରେ ଲାଗିଛି । ଯାହାଙ୍କୁ ଦେଖିଲେ ଲାଗୁ ନାହିଁ ସେ ୮ ପିଲାର ମାଆ। ଯିଏ ୧୨ ବର୍ଷରେ ପ୍ରତିବର୍ଷ ଗର୍ଭଧାରଣ କରୁଥିଲେ। ଏହି ମହିଳା ୯ଟି ସନ୍ତାନ ଜନ୍ମ କରିଥିଲେ, କିନ୍ତୁ ଗୋଟିଏ ସନ୍ତାନ ମରିଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହିଳାଙ୍କ ନାମ ହେଉଛି କୋରା ଡ୍ୟୁକ୍ । ତାଙ୍କ ବୟସ ୩୮ ବର୍ଷ ଏବଂ ସେ ଆମେରିକାର ବାସିନ୍ଦା । ୨୦୦୦ ମସିହାରେ ୧୬ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ ଗର୍ଭବତୀ ହୋଇଥିଲେ ।ମହିଳା ଜଣକ କହିଛନ୍ତି ଯେ ସେ ୧୬ବର୍ଷ ବୟସରେ ପ୍ରଥମ ଥର ପାଇଁ ମା ହୋଇଥିଲେ।
View this post on Instagram