ଜାତୀୟ

ବୁର୍ଖା ପିନ୍ଧି ଡ୍ୟାନ୍ସ କରିବା ପଡ଼ିଲା ମହଙ୍ଗା; ଟ୍ରୋଲ୍‌ ହେଲେ ଅଭିନେତ୍ରୀ ମନ୍ଦନା କରିମି

ମୁମ୍ୱାଇ : ଅଭିନେତ୍ରୀ ମନ୍ଦନା କରିମି ନିକଟରେ ରିଆଲିଟି ଶୋ ଲକ୍ଅପ୍ରେ  ନଜର ଆସିଥିଲେ। ଶୋ’ ରେ ସେ ୱାଇଲ୍ଡ କାର୍ଡ ମାଧ୍ୟମରେ ଏଣ୍ଟ୍ରି କରିଥିଲେ । ସୋସିଆଲ ମିଡ଼ିଆରେ ମନ୍ଦନା ବହୁତ ଆକ୍ଟିଭ୍‌ ଅଛନ୍ତି ଏବଂ ଟ୍ରାଭେଲର ଭିଡ଼ିଓ ସବୁ ସେୟାର କରିଥାନ୍ତି । ଏହି ଥର ସେ ତୁର୍କୀର ଇସ୍ତାନବୁଲରୁ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ସେ ବୁର୍ଖା ପିନ୍ଧି ଡ୍ୟାନ୍ସ କରୁଛନ୍ତି। ହେଲେ ଏହି କାରଣରୁ ମନ୍ଦନା ଟ୍ରୋଲରଙ୍କ ଟାର୍ଗେଟ୍‌କୁ ଆସି ଯାଇଛନ୍ତି ଏବଂ ୟୁଜରମାନେ ତାଙ୍କୁ ମଧ୍ୟ  ଖୁବ୍‌ କଥା ଶୁଣାଉଛନ୍ତି । ମନ୍ଦନା ନିଜର ଇନଷ୍ଟାଗ୍ରାମ୍‌ରେ ମଧ୍ୟ ହେଟରଙ୍କ ଅବତାରଣ କରିଛନ୍ତି।

ଭିଡ଼ିଓରେ ମନ୍ଦନା ଡ୍ରେସ୍‌ ଷ୍ଟୋରରେ ନଜର ଆସୁଛନ୍ତି। ସେଠାରେ ବୁର୍ଖା ପିନ୍ଧି ଦ ବିଟନଟ୍‌ସ ଶାକାବୁମ୍ ରେ ଡ୍ୟାନ୍ସ କରୁଛନ୍ତି।  ସେ ଯେଉଁ ଷ୍ଟାଇଲ୍‌ରେ ଡ୍ୟାନ୍ସ କରୁଛନ୍ତି ୟୁଜର୍ସ ଏହା ଉପରେ ଅଭିଯୋଗ କରିଛନ୍ତି। ଏହି ଭିଡ଼ିଓକୁ ସେୟାର କରି ମନ୍ଦନା କ୍ୟାପସନଟିଏ ଲେଖିଛନ୍ତି ।

 

View this post on Instagram

 

A post shared by Manizhe karimi (@mandanakarimi)

ଭିଡ଼ିଓ ସେୟାର କରି ମନ୍ଦନାଙ୍କୁ ୟୁଜରମାନେ ଟାର୍ଗେଟ୍‌ କରିଛନ୍ତି ଏବଂ ଏହାକୁ ହିଜାବର ଅପମାନ କହିଛନ୍ତି। ଜଣେ ୟୁଜର କହିଛନ୍ତି , ତୁମକୁ ଅନଫଲୋ କରୁଛି। ଆଉ ଜଣେ ୟୁଜର ଲେଖିଛନ୍ତି ହିଜାବରେ ଡ୍ୟାନ୍ସ କରିବା ଠିକ୍‌, କିନ୍ତୁ Twerking ଭୁଲ୍‌ ।

କହି ରଖୁଛୁ କି ଏହା ପୂର୍ବରୁ ମନ୍ଦାନା ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ , ଯେବେ ସେ ଲକ୍‌ଅପ୍‌ରେ ଖୁଲାସା କରିଥିଲେ କି, ଜଣେ ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ସହ ସଂପର୍କରେ ଥିଲେ । ସେ ପ୍ରେଗ୍ରେଣ୍ଟ ହୋଇଥିଲେ, ହେଲେ ଫିଲ୍ମମେକର ତାଙ୍କର ଆବରସନ କରିବାକୁ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com