ରାଜନୀତି

ଞଓଞଖଋ- ବିଜେପି ତାଲିକାରୁ କଟିଲା କେଉଁ ହେଭିୱେଟଙ୍କ ନାଁ, ଦେଖନ୍ତୁ

ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ତେବେ ଏହି ତାଲିକାରେ ରହିଛନ୍ତି ୩୪ କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବାରାଣସୀ ଆସନରୁ ଲଢ଼ିବାକୁ ଥିବାବେଳେ ଅମିତ୍‌ ଶାହା ଗୁଜରାଟର ଗାନ୍ଧୀନଗରରୁ ଏବଂ ରାଜନାଥ ସିଂ ଲକ୍ଷ୍ନୌରୁ ଲଢ଼ିବେ। ପ୍ରାର୍ଥୀ ତାଲିକାରେ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଏବଂ ୨ ଜଣ ପୂର୍ବତନ ମନ୍ତ୍ରୀଙ୍କ ନାଁ ରହିଛି। ବିର୍ଲା ରାଜସ୍ଥାନର କୋଟା ଆସନରୁ ଲଢ଼ିବାକୁ ସ୍ଥିର ହୋଇଥିବାବେଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଆସନରୁ ପ୍ରାର୍ଥୀ ହୋଇଛନ୍ତି । ପ୍ରାର୍ଥୀ ତାଲିକାରେ ଥିବା ଅନ୍ୟ କେନ୍ଦ୍ରମନ୍ତ୍ରୀମାନଙ୍କ ମଧ୍ୟରେ ଅଛନ୍ତି ସ୍ମୃତି ଇରାନୀ, ମନସୁଖ ମାଣ୍ଡବ୍ୟ, ଜିତେନ୍ଦ୍ର ସିଂ, ସର୍ବାନନ୍ଦ ସୋନୋଓ୍ବାଲ, ଗଜେନ୍ଦ୍ର ଶେଖାଓ୍ବତ୍‌, ଭୂପେନ୍ଦ୍ର ଯାଦବ, ଜି. କିଷନ ରେଡ୍ଡୀ, କିରେନ୍‌ ରିଜିଜୁ, ଜ୍ୟୋତିରାଦିତ୍ୟ ସିନ୍ଧିଆ,

ରାଜୀବ ଚନ୍ଦ୍ରଶେଖର, ଅର୍ଜୁନ ରାମ ମେଘଓ୍ବାଲ ଏବଂ ଅର୍ଜୁନ ମୁଣ୍ଡା ପ୍ରମୁଖ । ସେହିପରି ଏହି ତାଲିକାରେ ୨୮ ମହିଳା ଏବଂ ୪୭ ଯୁବନେତା ରହିଛନ୍ତି। ଉତ୍ତରପ୍ରଦେଶର ୫୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ପଶ୍ଚିମବଙ୍ଗର ୨୦ ଏବଂ ଦିଲ୍ଲୀର ୫ ଆସନ ନିମନ୍ତେ ପ୍ରାର୍ଥୀଙ୍କ ନଁ ପ୍ରକାଶ ପାଇଛି। ଦିଲ୍ଲୀରେ ରମେଶ ବିଧୁରୀ, ପ୍ରବେଶ ସିଂ ବର୍ମା, ମୀନାକ୍ଷୀ ଲେଖି ଏବଂ ହର୍ଷବର୍ଦ୍ଧନଙ୍କୁ ସେମାନଙ୍କ ଆସନରୁ ବାଦ୍‌ ଦିଆଯାଇଥିବାବେଳେ ଭୋପାଳ ଆସନରୁ ସାଧ୍ୱୀ ପ୍ରଜ୍ଞା ଠାକୁର ବାଦ୍‌ ପଡ଼ିଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବାଂଶୁରୀଙ୍କୁ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ପଶ୍ଚିମ ଦିଲ୍ଲୀରୁ କମଲଜିତ ସେହରାଓ୍ବତ, ଦକ୍ଷିଣ ଦିଲ୍ଲୀରୁ ବିଧାୟକ ରାମବୀର ସିଂ ବିଧୁରୀ, ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲଓ୍ବାଲ ଏବଂ ଉତ୍ତରପୂର୍ବ ଦିଲ୍ଲୀ ଆସନରୁ ମନୋଜ ତିଓ୍ବାରୀ ଙ୍କୁ ପ୍ରାର୍ଥୀ କରିଛି ବିଜେପି । ଭୋଜପୁରୀ ଗାୟକ ତଥା ଅଭିନେତା ପଓ୍ବନ ସିଂଙ୍କୁ ପଶ୍ଚିମବଙ୍ଗର ଆସାନସୋଲ୍‌ରୁ ପ୍ରାର୍ଥୀ କରାଯାଇଛି।

ସେହିପରି ଉତ୍ତରପ୍ରଦେଶର ପୂର୍ବତନ ବିଏସ୍‌ପି ଏମ୍‌ପି ରିତେଶ ପାଣ୍ଡେଙ୍କୁ ବିଜେପି ଆମ୍ବେଡ୍‌କର ନଗରରୁ ପ୍ରାର୍ଥୀ କରିଥିବାବେଳେ ହେମା ମାଳିନୀ, ରବି କିଷନ, ଅଜୟ ମିଶ୍ରା ଟେନି, ମହେଶ ଶର୍ମା, ଏସ୍‌ପିଏସ୍‌ ବାଘେଲ ଏବଂ ସାକ୍ଷୀ ମହାରାଜ ସେମାନଙ୍କ ପୂର୍ବ ଆସନରେ ଲଢ଼ିବେ। ଝାଡ଼ଖଣ୍ଡର ସିଂହଭୂମ ଆସନରେ ପୂର୍ବତନ କଂଗ୍ରେସ ଏମ୍‌ପି ଗୀତା କୋଡ଼ାଙ୍କୁ ପ୍ରାର୍ଥୀ କରାଯାଇଛି। ଏଟାରେ କହିରଖୁଛୁ ଯେ ଗତ ଗୁରୁବାର ବିଳମ୍ବିତ ରାତିରେ ସିଇସି ବୈଠକ ବସି ପ୍ରାର୍ଥୀମାନଙ୍କ ନାଁ ଚୂଡ଼ାନ୍ତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com