ଜାତୀୟ

ବହୁଚର୍ଚ୍ଚିତ ହିଜାବ ମାମଲା; ଆସନ୍ତା ସପ୍ତାହରେ ସର୍ବୋଚ୍ଚ ଅଦାଲତରେ ହେବ ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ହିଜାବ ମାମଲା । ହିଜାବ ନିଷିଦ୍ଧ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟ ବିରୋଧରେ ଦାୟର ପିଟିସନର ଶୁଣାଣି ଲାଗି ସହମତି ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ସପ୍ତାହରେ ମାମଲାର ଶୁଣାଣି ସର୍ବୋଚ୍ଚ ଅଦାଲତରେ ହେବ । ଗତ ମାର୍ଚ୍ଚ ୧୫ରେ କର୍ଣ୍ଣାଟକ ହାଇକୋର୍ଟ ଦର୍ଶାଇଥିଲେ- ଇସଲାମ ଧର୍ମରେ ହିଜାବ ଅନିବାର୍ଯ୍ୟ ନୁହେଁ । ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଲାଗି ସହମତି ପ୍ରକାଶ କରିଥିବାବେଳେ ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି ।

କର୍ଣ୍ଣାଟକର ସ୍କୁଲ ଓ କଲେଜରେ ହିଜାବ ନିଷିଦ୍ଧ ବିରୋଧରେ ଆଗତ ସମସ୍ତ ପିଟିସନକୁ ହାଇକୋର୍ଟ ଖାରଜ କରିଥିବାବେଳେ ହାଇକୋର୍ଟ ଦର୍ଶାଇଥିଲେ ୟୁନିଫର୍ମ ପିନ୍ଧିବା ନେଇ କଟକଣା ଯଥାର୍ଥ ଏବଂ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିପାରିବେ ନାହିଁ । କୋର୍ଟ ବି ଦର୍ଶାଇଥିଲେ- ଫେବ୍ରୁଆରୀ ୫ ତାରିଖରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମା ପିଟିସନରକାରୀଙ୍କ ଅଧିକାରକୁ କ୍ଷୁଣ୍ଣ କରୁନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com