ଓଡ଼ିଶା

ଆକ୍ସନ ମୁଡରେ ପରିବହନ ବିଭାଗ, ବିଭିନ୍ନ ସ୍ଥାନରେ ସ୍କୁଲ ବସ୍ ଯାଞ୍ଚ

ଦେବଗଡ: ରାଜ୍ୟର ବିଭିନ୍ନ ସ୍ଥାନରେ ବିନା କାଗଜପତ୍ରରେ ସ୍କୁଲ ବସ୍ ଚାଲୁଥିବା ଅଭିଯୋଗ ହୋଇଥିବା ବେଳେ ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା ଚାଲିଛି । ଗୁରୁବାର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଦେବଗଡ ସହରରେ ଚାଲୁଥିବା ବିଭିନ୍ନ ସ୍କୁଲ ବସ କୁ ଯାଞ୍ଚ କରାଯାଇଥିବା ବେଳେ ଦୁଇଟି ବସର କାଗଜପତ୍ରରେ ତୃଟି ରହିଥିବା ଜଣାପଡିଛି ।

ତିଲେଇବଣୀ ଠାରେ ଥିବା ଆଦର୍ଶ ବିଦ୍ୟାଳୟକୁ ଛାତ୍ରମାନଙ୍କୁ ନେଇ ଯାଉଥିବା ବସକୁ ଯାଞ୍ଚ କରାଯାଇଥିବା ବେଳେ ପରମିଟ ନଥିବା ଯୋଗୁଁ ୧୧ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଛି । ସେହିପରି ଡିଭାଇନ ପବ୍ଲିକ୍ ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ପରିବହନ କାର୍ଯ୍ୟରେ ଲାଗିଥିବା ବସର ଯାଞ୍ଚ କରାଯାଇଥିବା ବେଳେ ଡ୍ରାଇଭର୍ ଙ୍କ ପାଖରେ ଆବଶ୍ୟକ ଲାଇସେନ୍ସ ନଥିବା ଯୋଗୁଁ ୧୦ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଥିବା ଜଣାପଡ଼ିଛି ।

ଦେବଗଡ ପରିବହନ ବିଭାଗ ଟିଆଇ ବିଶ୍ବରଞ୍ଜନ ସାହୁଙ୍କ ନେତୃତ୍ଵରେ ଏକ ଟିମ ସ୍କୁଲ ବସ୍ ଯାଞ୍ଚ କରୁଥିବା ଜଣାପଡିଛି । ଆଗାମୀ ଦିନରେ ଅନ୍ୟ ସ୍କୁଲ ବସ୍ ଯାଞ୍ଚ କରାଯିବ ବୋଲି ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com