ଓଡ଼ିଶା

ଭୋଟ ଗଣତି ବେଳେ ଉତ୍ତେଜନା, ୨ ଗୋଷ୍ଠୀର କାଉଣ୍ଟିଂ ଏଜେଣ୍ଟ ମୁହାଁମୁହିଁ

ଭଦ୍ରକ : ସରିଛି ପଞ୍ଚାୟତ ନିର୍ବାଚନ । ଏବେ ଚାଲିଛି ଭୋଟ ଗଣନା । କିନ୍ତୁ ଏହି ଭୋଟ ଗଣନା ସମୟରେ କିଛି ସ୍ଥାନରେ ଉତ୍ତେଜନା ଦେଖାଦେଇଛି । ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଭୋଟ ଗଣିତ ହେଉଥିବା ବେଳେ ଉତ୍ତେଜନା ଦେଖାଦେଇଛି । ଗଣତି ହଲ୍‌ରେ ୨ ଗୋଷ୍ଠୀର କାଉଣ୍ଟିଂ ଏଜେଣ୍ଟ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିଥିଲା । ପରେ କିଛି ସମୟ ପରେ ପୋଲିସ ଉଦ୍ୟମରେ ପରିସ୍ଥିତି ସ୍ୱାଭାବିକ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com