ଅନ୍ୟାନ୍ୟ

ସଲମାନ ଖାନଙ୍କୁ ମିଳିଲା ବନ୍ଧୁକ ଲାଇସେନ୍ସ

ମୁମ୍ବାଇ, ୦୧/୦୮/୨୦୨୨-  ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ । ବାପା ସଲିମ ଖାଁ ଓ ସଲମାନଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ଲାଗି ମୁମ୍ବାଇ ପୋଲିସ ନିକଟରେ ବନ୍ଧୁକ ଲାଇସେନ୍ସ ପାଇଁ ସେ ଆବେଦନ କରିଥିଲେ । ମୁମ୍ବାଇ ପୋଲିସ କମିଶନରଙ୍କୁ ସାକ୍ଷାତ କରିବା ସହ ଧମକପୂର୍ଣ୍ଣ ଚିଠି ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ । ଯାଞ୍ଚ ଓ ନିରୀକ୍ଷଣ ପରେ ମୁମ୍ବାଇ ପୋଲିସ ତାଙ୍କୁ ଏହି ଲାଇସେନ୍ସ ପ୍ରଦାନ କରିଛି । ଗତ ମାସରେ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା । ଯେଉଁଥିରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଵାଲାଙ୍କ ପରି ତାଙ୍କର ବି ସମାନ ଦଶା ହେବ ବୋଲି ଉଲ୍ଲେଖ ରହିଥିଲା । ଏହାପରେ ସଲମାନଙ୍କ ସୁରକ୍ଷା ବଢ଼ାଯାଇଥିଲା ।  ସଲମାନ ମଧ୍ୟ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ବନ୍ଧୁକ ଲାଇସେନ୍ସ ସହ ବୁଲେଟପ୍ରୁଫ ଲ୍ୟାଣ୍ଡ କ୍ରୁଜର ଗାଡି ବି କିଣିଛନ୍ତି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଏହି ଧମକପୂର୍ଣ୍ଣ ଚିଠି ଲେଖାଯାଇଥିଲା ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com