ଓଡ଼ିଶା

ବାପାକୁ ଜେଲ ଦଣ୍ଡ, ୪ ଛୁଆଙ୍କ କଥା ବୁଝିବ କିଏ ?

ତେଲକୋଇ, ୦୪/୦୮/୨୦୨୨ – ତେଲକୋଇ ବ୍ଲକ୍ ଆକୁଳ ପଞ୍ଚାୟତ ବନବିହାରୀପୁର ଗ୍ରାମ ମୁଣ୍ଡାସାହିର ଲକ୍ଷ୍ମୀ ମୁଣ୍ଡା ପାରିବାରିକ କଳହରୁ ୩ ମାସ ତଳେ ବିଷପିଇ ଆତ୍ମହତ୍ୟା କରିଥିଲେ । ଜେଜେମା’  ତୁଳେଇ ୪ ନାତିନାତୁଣୀଙ୍କ ଲାଳନପାଳନ କରୁଥିଲେ । ଦୁଇମାସ ତଳେ ପୁଅ ଡୁବୁରୁ ନିଶାସକ୍ତ ଅବସ୍ଥାରେ ଆସି ମା ’ ତୁଳେଇଙ୍କୁ ହତ୍ୟା କରିଥିଲା । ଏହି ମାମଲାରେ ଡୁବୁରୁ ଏବେ ଜେଲ୍‌ରେ ଅଛନ୍ତି । ମା’ଙ୍କ ମୃତ୍ୟୁ ଓ ବାପା ଜେଲ୍ ଯିବା ପରେ ଝିଅ ଶ୍ରାବଣୀ ( ୮ ) , ବର୍ଷା ( ୬ ) , ପୁଅ ଥୁକୁଲୁ ( ୫ ) ଓ ଦେଢ଼ବର୍ଷର ଶିଶୁପୁତ୍ର ପାପୁନ ଏବେ ସମ୍ପୂର୍ଣ୍ଣ ଅସହାୟ ହୋଇଯାଇଛନ୍ତି । ସମ୍ପର୍କୀୟ ଦାଦା ଶତ୍ରୁଘ୍ନ ମୁଣ୍ଡା ଦୁଇମାସ ହେଲା ୪ ଛୁଆଙ୍କ ଦେଖାଶୁଣା କରୁଛନ୍ତି । ସେ ମଧ୍ୟ ଅତ୍ୟନ୍ତ ଗରିବ ହୋଇଥିବାରୁ ଚାରି ଛୁଆଙ୍କ ଲାଳନପାଳନ କରିବା କଷ୍ଟକର ହେଉଛି । ଜିଲ୍ଲା ପ୍ରଶାସନ ଏହି କୋମଳମତି ଶିଶୁମାନଙ୍କୁ ଉଦ୍ଧାର କରି ଥଇଥାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ଅଞ୍ଚଳରେ ନିଶା କାରବାର ବଢିବା ଫଳରେ ଲୋକମାନେ ନିଶା ପିଇ ଆଉ କାମ ନ କରି ଘରେ ଶୋଇ ରହୁଛନ୍ତି ଓ ସ୍ତ୍ରୀ ଲୋକଙ୍କ ରୋଜଗାରରେ ଚାଲିଛନ୍ତି । ଆଉ ମଦ ପିଇବା ପାଇଁ ପଇସା ମାଗୁଛନ୍ତି । ପଇସା ନ ଦେଲେ ମାରପିଟି କରି ଭୁଲ କାମ କରୁଛନ୍ତି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର।

Related Articles

Back to top button
WP Twitter Auto Publish Powered By : XYZScripts.com