ଓଡ଼ିଶା

କଂଗ୍ରେସ ଦଳ ଛାଡିଲେ ୩୦ରୁ ଅଧିକ ନେତା

ଭୁବନେଶ୍ୱର, ୦୯/୦୮/୨୦୨୨-  ଏକାସାଙ୍ଗେ କଂଗ୍ରେସ ଦଳ ଛାଡିଲେ ୩୦ରୁ ଅଧିକ ନେତା । ଦଳ ଛାଡ଼ିଥିବା ବରିଷ୍ଠ ନେତାମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଓ ବିଧାୟକ ସାମିଲ ଅଛନ୍ତି । ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା , ପିସିସିର ପୂର୍ବତନ ସଂପାଦକ ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ , ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ଅକ୍ଷୟ ମଲ୍ଲ , ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର, ପୂର୍ବତନ ସାଧାରଣ ସଂପାଦକ ବିଶ୍ବଜିତ ଦାସ  ଦଳ ଛାଡିଛନ୍ତି । ଏନେଇ ଦଳର ସମସ୍ତ ନେତା ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ଦେଇଥିବା ନେତାଙ୍କ ଭିତରେ କଟକ କଂଗ୍ରେସ ସଂଗଠନର ଅନେକ ନେତା ରହିଛନ୍ତି । ତେବେ ଏହି ସବୁ ନେତା କଣ ପାଇଁ କଂଗ୍ରେସ ଛାଡିଛନ୍ତି, ସେନେଇ କିଛି ତଥ୍ୟ ମିଳିନାହିଁ । ସେପଟେ ଇସ୍ତଫାକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି ଯେ, ଏହା ଆଶ୍ଚର୍ଯ୍ୟଜନକ ଏବଂ ଦୁଃଖଦାୟକ । ମୋ ସହ କେହି ଆଲୋଚନା କରିନାହାନ୍ତି । କିନ୍ତୁ, ସେମାନଙ୍କ ସହ ମୁଁ ଆଲୋଚନା କରିବି ।

Related Articles

Back to top button
WP Twitter Auto Publish Powered By : XYZScripts.com