ଜୀବନଶୈଳୀ

ଚଳିତବର୍ଷ ଦେଶରେ ଖାଇବା ତେଲ ଦର ହେବ ଆକାଶ ଛୁଆଁ

ସୌରାଷ୍ଟ୍ର , ୧୩/୦୭/୨୦୨୨ – ଚଳିତବର୍ଷ ଦେଶରେ ଖାଇବା ତେଲ ଦର ହେବ ଆକାଶ ଛୁଆଁ । ଏହାର ମୁଖ୍ୟ କାରଣ ହେଉଛି କଞ୍ଚା ମାଲର ଅଭାବ । ଏନେଇ ସତର୍କ କରାଇଛି ସୌରାଷ୍ଟ୍ର ଅଏଲ ମିଲର୍ସ ଆସୋସିଏସନ୍ । ଚଳିତ ବର୍ଷ ଖାଇବା ତେଲ ଢେର ବୃଦ୍ଧି ପାଇବ ବୋଲି ସଂଘ ଆକଳନ କରିଛି । ବାଦାମ ତେଲର ୧୬ ଲିଟର ବିଶିଷ୍ଟ ଟିଣର ମୂଲ୍ୟ ୨୭୫୦ ଟଙ୍କାରେ ପହଞ୍ଚିଥିବାବେଳେ କପାମଞ୍ଜି ତେଲ ୨୭୦୦ ଟଙ୍କା ହୋଇଗଲାଣି । ଅନ୍ୟପଟେ ପରିସ୍ଥିତି ଏତେ ଜଟିଳ ହେବାରେ ଲାଗିଛି ଯେ, ଚାଷୀଙ୍କ ପାଖରେ ବାଦାମ ଭଳି କଞ୍ଚାମାଲ ଷ୍ଟକ୍ ନଥିବା ଯୋଗୁ ଏହା ଦେଶରେ ଖାଇବା ତେଲ ମୂଲ୍ୟ ବୃଦ୍ଧି କରିବ ବୋଲି ଏସଓଏମଏ ଚେତାଇ ଦେଇଛି । କେବଳ ଏତିକି ନୁହେଁ ଆଉ ଏକ ସାଂଘାତିକ୍ ରିପୋର୍ଟ ସଂଘ ପକ୍ଷରୁ ସାମ୍ନାକୁ ଆସିଛି । ଗୁଜରାଟ ସରକାରଙ୍କ ପାଖରେ ୧.୫୦ ଲକ୍ଷ ଟନ୍ ବାଦାମ ମହଜୁଦ ରହିଛି । ଯଦି ସରକାର ଦର ନିୟନ୍ତ୍ରଣ କରିବା ପାଇଁ ମହଜୁଦ୍ ଥିବା ବାଦାମକୁ ବଜାରରେ ଖୋଲିଦିଅନ୍ତି, ତାହେଲେ ବି ଦର ନିୟନ୍ତ୍ରଣ ହୋଇପାରିବନି । ସଂଘ ଆହୁରି ମଧ୍ୟ କହିଛି କି, ନଭେମ୍ବର ମାସରେ ବାଦାମର ନୂଆ ଷ୍ଟକ୍ ଆସିଲେବି ବଜାରରେ ତୈଳ ଦଳ ହ୍ରାସ ହୋଇନପାରେ । କାରଣ ଚଳିତ ବର୍ଷ ଜୁନ ୩୦ ତାରିଖ ସୁଦ୍ଧା ୧୦ ଲକ୍ଷ ହେକ୍ଟରରେ ବାଦାମ ଚାଷ ହୋଇଥିଲା । ଅନ୍ୟ ବର୍ଷମାନଙ୍କରେ ବାଦାମ ପ୍ରାୟ ୧୪ଲକ୍ଷ ହେକ୍ଟର ଜମିରେ ଚାଷ ହୋଇଥାଏ । ଏଣୁ ବଜାରକୁ ପ୍ରଚୁର ଷ୍ଟକ୍ ମିଳିଯାଇଥାଏ । କିନ୍ତୁ ଚଳିତ ବର୍ଷ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ଗତ ବର୍ଷ ତୁଳନାରେ ଏଥର କପା ଚାଷ ଅଧିକ ହୋଇଛି । କପା ଚାଷରୁ ଗତ ବର୍ଷ ଭଲ ରୋଜଗାର ହୋଇଥିବାରୁ ଚାଷୀ ବାଦାମ ଚାଷ ବଦଳରେ କପା ଚାଷ ପାଇଁ ଆଗ୍ରହୀ ଥିବା ଦେଖିବାକୁ ମିଳିଛି । ଯେଉଁଥି ପାଇଁ ଏଥର ବାଦାମ ଷ୍ଟକ୍ କମିଛି । ଆଉ ଏହି କାରଣରୁ ଚଳିତ ବର୍ଷ ତେଲ ଦର ଆକାଶ ଛୁଆଁ ହେବ ବୋଲି ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com