ଜୀବନଶୈଳୀ

ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟି ଓ ପାତ୍ରପୁର ବ୍ଳକରେ କଂଗ୍ରେସର ପଦଯାତ୍ରା

ବ୍ରହ୍ମପୁର, ୧୫/୦୮/୨୦୨୨-   ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟି ଓ ପାତ୍ରପୁର ବ୍ଳକରେ କଂଗ୍ରେସର ପଦଯାତ୍ରା ଚିକିଟି ବ୍ଳକ କଂଗ୍ରେସ ସଭାପତି ଶଙ୍କର ଅଧିକାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଯୋଗ ଦେଇଥିଲେ।  କ୍ରାନ୍ତି ଦିବସ ଠାରୁ ସ୍ବାଧୀନତା ଦିବସ ପର୍ଯ୍ୟନ୍ତ କଂଗ୍ରେସର ଦେଶ ବ୍ୟାପୀ ଆୟୋଜିତ ସ୍ବାଧୀନତା ଗୈାରବ ଯାତ୍ରା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ପାତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ପରିପ୍ରେକ୍ଷୀରେ ପାତ୍ରପୁର ମେନ ରୋଡ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ପାତ୍ରପୁର ଗ୍ରାମ ପରିକ୍ରମା କରିଥିଲା । ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ତଥା ଅଖିଳ ଭାରତୀୟ କୃଷକ କଂଗ୍ରେସ କମିଟି ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ, ଉମାକାନ୍ତ ତ୍ରିପାଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସନାତନ ସାହୁ, କଂଗ୍ରେସ ମହିଳା ଜିଲ୍ଲା ସଭାପତି ବନଜା ପଣ୍ଡା, ଶିବ ପ୍ରସାଦ ନାୟକ, ଉର୍ବଶୀ, ଝରାମଣୀ ଶବରଙ୍କ ସମେତ ବହୁ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com