ଓଡ଼ିଶାଶିକ୍ଷା

+୩ ପରୀକ୍ଷାରେ ଛାତ୍ରୀଙ୍କ ସଫଳତା

ହିଞ୍ଜିଳିକାଟୁ, ୧୭/୦୮/୨୦୨୨-  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୦୧୯-୨୨ ଶିକ୍ଷା ବର୍ଷର +୩  ପରୀକ୍ଷା ଫଳ ପ୍ରକାଶ ପାଇଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧିନସ୍ଥ ଶ୍ରୀ ବେଲେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ, ଗଣ୍ଡଳା-ବେଲଗାଁର ଶିକ୍ଷା ବିଭାଗର ଦୁଇଜଣ ଛାତ୍ରୀ ଏଥିରେ କୃତିତ୍ୱ ହାସଲ କରିଛନ୍ତି ।   ସ୍ତରରେ ଶିକ୍ଷା ବିଭାଗରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ରହି ନିଜ ପରିବାର ଓ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି  ବେଲଗାଁ ସ୍ଵର୍ଣ୍ଣମଞ୍ଜରୀ ପଣ୍ଡାଙ୍କ କନ୍ୟା ଅମିଶା ପାଢୀ । ଶିକ୍ଷା ସମ୍ମାନରେ ମୋଟ ୧୪୦୦ ମାର୍କରୁ ୧୩୦୧ ମାର୍କ ରଖି ପ୍ରଥମ ସ୍ଥାନରେ ରହିଥିବା ବେଳେ ଗଣ୍ଡଳା ଗ୍ରାମନିବାସୀ ସୀତାରାମ ସାହୁଙ୍କ କନ୍ୟା ଆରତୀ ସାହୁ ମୋଟ ୧୪୦୦ ମାର୍କରୁ ୧୨୯୧ ମାର୍କ ରଖି ଦ୍ଵିତୀୟ ସ୍ଥାନରେ ମହାବିଦ୍ୟାଳୟ ସ୍ତରରେ ରହିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ଗୌଡ, ଶିକ୍ଷା ବିଭାଗର ଅଧ୍ୟାପକ ଗଣେଶ ସାହୁଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା  ମଧ୍ୟ ଛାତ୍ରୀଦ୍ଵୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତା ପାଇଁ ଛାତ୍ରୀ ଦୁଇଜଣ ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଗଣେଶ ସାହୁଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ବୃନ୍ଦ, ନିଜ ପରିଶ୍ରମ ସହ ନିଜ ପରିବାରକୁ ଦେଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com