ଜୀବନଶୈଳୀ

ଆମ୍ ଆଦମୀ ପାର୍ଟି ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର, ୨୦/୦୮/୨୦୨୨-    ଆମ୍ ଆଦମୀ ପାର୍ଟି ତରଫରୁ ଶନିବାର ଜୟଦେବ ନିର୍ବାଚନ ମଣ୍ଡଳୀ  ଆବାହକ ସନ୍ତୋଷ ପଟ୍ଟନାୟକଙ୍କ ନେତୃତ୍ଵରେ ବାଲିପାଟଣା ବ୍ଲକର ଆଳିଶି ପଞ୍ଚାୟତରେ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି । ପଞ୍ଚାୟତର ବେଲମରା, ଦନାପଡାର ବେହେରା ସାହି, ଭୋଇ ସାହି, କଙ୍କଡା ହୁଡା, ବ୍ରାହ୍ମଣ ସାହି ଏବଂ ରାଜଶ ପଞ୍ଚାୟତର ଗରିଆ ଗ୍ରାମରେ ଚୂଡା, ଗୁଡ, ବିସ୍କୁଟ, ମହମବତୀ ଓ ଦିଆସିଲ ଇତ୍ୟାଦି ସାମଗ୍ରୀ ବଣ୍ଟନ କରାଯାଇଥିଲା।

ଏଥିରେ ବାଲିପାଟଣା ବ୍ଲକର ସଭାପତି ସମରେନ୍ଦ୍ର ଦ୍ୱିବେଦୀ, ବାଲିଅନ୍ତା ସଭାପତି ପୀତବାସ ନାୟକ, ଆଳିଶି ପଞ୍ଚାୟତର ସଭାପତି ବବଲୁ ଭୋଇ, ସନ୍ତୋଷ ବେହେରା, ପପୁନି ବେହେରା, ଲକ୍ଷ୍ମୀଧର ପ୍ରଧାନ, ରାଜେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com