Featuredଅନ୍ତର୍ଜାତୀୟ

ଗିନିଜ୍ ରେକର୍ଡରେ ବିଶ୍ୱର ସବୁଠୁ ମହଙ୍ଗା ଆଇସକ୍ରିମ୍‌, ଦେଖନ୍ତୁ ପୂରା ଖବର

ମୋବାଇଲ ନ୍ୟୁଜ୍‌ ବ୍ୟୁରୋ: ଇସକ୍ରିମ ଖାଇବାକୁ କିଏ ବା ଭଲ ନପାଆନ୍ତି । ଛୋଟ ଠାରୁ ବଡ଼ ସମସ୍ତେ ଆଇସକ୍ରିମ ଖାଇବାକୁ ପସନ୍ଦ କରିଥାନ୍ତି । ଲୋକମାନଙ୍କ ମନପସନ୍ଦକୁ ପ୍ରାଧାନ୍ୟରେ ରଖି କମ୍ପାନୀ ମାନେ ମଧ୍ୟ ଭଳିକି ଭଳି ଆଇସକ୍ରିମ ତିଆରି କରିଥାନ୍ତି । ଯାହାର ଦାମ ମଧ୍ୟ ଲୋକଙ୍କୁ ସୁହାଇଥାଏ । ୫ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ଆଇସକ୍ରିମର ଦାମ ତ ଆପଣମାନେ ଶୁଣିଥିବେ ନିଶ୍ଚୟ, ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ଆଇସକ୍ରିମ ବିଷୟରେ କହିବାକୁ ଯାଉଛୁ ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । କେବେ ଶୁଣିଛନ୍ତି କି ଆଇସକ୍ରିମର ଦାମ ୫ ଲକ୍ଷ ୨୦ ହଜାର ଟଙ୍କା ।

ଏହି ଦାମ ଶୁଣିବା ମାତ୍ରେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହି ଆଇସକ୍ରିମ ହେଉଛି ବିଶ୍ୱର ସବୁଠୁ ମହଙ୍ଗା ଆଇସକ୍ରିମ । ଯାହା ଜାପାନରେ ତିଆରି କରାଯାଇଛି । ଏହି ଆଇସକ୍ରିମର ଦାମ ୫ ଲକ୍ଷ ୨୦ ହଜାର ଟଙ୍କା ହୋଇଥିବାରୁ ଏହାକୁ ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡରେ ସ୍ଥାନ ମିଳିଛି । ଜାପାନର ଆଫସକ୍ରିମ ବ୍ରାଣ୍ଡ ସେଲାଟୋ ଏହି ସ୍ୱତନ୍ତ୍ର ଆଇସକ୍ରିମରେ ବିଶେଷ ଉପାଦାନ ବ୍ୟବହାର କରି ପ୍ରସ୍ତୁତ କରିଥିଲା । ସେହି ଉପାଦାନ ଗୁଡିକ ଲାଗି ଆଇସକ୍ରିମଟି ମହଙ୍ଗା ହୋଇଯାଇଛି । ଆଇସକ୍ରିମରେ ମିଶାଯାଇଥିବା ଇଟାଲିର ଏକ ଉପା÷ଦାନର କେଜି ପିଛା ଦାମ ହେଉଛି ପ୍ରାୟ ୧୨ ଲକ୍ଷ ଟଙ୍କା । ସେହିପରି ସେଥିରେ ଖାଇବା ଯୋଗ୍ୟ ସୁନା ପତ୍ର ଓ ପ୍ରାକୃତିକ ଜିନିଷ ବ୍ୟବହାର କରାଯାଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com