କ୍ରୀଡ଼ା

ପୂର୍ବତଟ ରେଳପଥ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳନ

ଭୁବନେଶ୍ୱର, ୩୦/୦୮/୨୦୨୨-   ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କ ୧୧୭ ତମ ଜନ୍ମ ବାର୍ଷିକୀକୁ ସ୍ମରଣ କରିବା ଏବଂ କ୍ରୀଡ଼ାର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବାପାଇଁ ପୂର୍ବ ତଟ ରେଳପଥ ପକ୍ଷରୁ ସୋମବାର ଏହାର ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କହିଛନ୍ତି ଯେ ଜାତୀୟ କ୍ରୀଡ଼ା ଦିବସ ଦେଶର କ୍ରୀଡ଼ା ନାୟକ ଏବଂ ସର୍ବଜୟୀ ଖେଳାଳି ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୋଇଛି ଏବଂ ଦେଶକୁ ସମ୍ମାନ ଆଣିବାରେ ସେମାନଙ୍କର ଅବଦାନ ତଥା ଉତ୍ସର୍ଗୀକୃତତାକୁ ସମ୍ମାନିତ କରାଯାଇଛି । କ୍ରୀଡ଼ାର ମୂଲ୍ୟବୋଧ ଶୃଙ୍ଖଳା, ଦୃଢ଼ତା, ଦଳଗତ କାର୍ଯ୍ୟ ଏବଂ ଜନସାଧାରଣଙ୍କୁ କ୍ରୀଡା ପ୍ରତି ଉତ୍ସାହ ଆଣିବା ଏବଂ ଏହାକୁ ସେମାନଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଉଛି ।

ଏହି ଅବସରରେ ପୂର୍ବ ତଟ ରେଳ ପଥ କ୍ରୀଡା ସଂଗଠନର ସଭାପତି ମାନସ କୁମାର ପୋଦ୍ଦାରଙ୍କ ସମେତ ବିଭାଗର ସମସ୍ତ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ । ଇକୋର୍ସାର ସମ୍ପାଦକ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ |

Related Articles

Back to top button
WP Twitter Auto Publish Powered By : XYZScripts.com