କ୍ରୀଡ଼ା

ଆଇପିଏଲ ଖେଳିବେ ନାହିଁ

ଗତବର୍ଷ ଆଇପିଏଲ-୨୦୨୩ରେ ଡେବ୍ୟୁ କରିଥିଲେ ଇଂଲଣ୍ଡର ଷ୍ଟାର ଖେଳାଳି ଜୋ ରୁଟ୍ । ରାଜସ୍ଥାନ ରୋୟଲ୍ସ ରୁଟଙ୍କୁ ନିଜ ଦଳରେ ସାମିଲ କରିଥିଲା ।

କିନ୍ତୁ ସମ୍ପୂର୍ଣ୍ଣ ସିଜନରେ ମାତ୍ର ୩ଟି ମ୍ୟାଚ ଖେଳିଥିବା ବେଳେ ରୁଟ୍ ଆଶା ଅନୁସାରେ ବିଶେଷ ପ୍ରଦର୍ଶନ କରି ପାରି ନାହାନ୍ତି । ତେବେ ଆସନ୍ତ ଆଇପିଏଲ ପାଇଁ ଦଳ ରିଟେନ୍ସନ ଲିଷ୍ଟ ପ୍ରସ୍ତୁତ କରୁଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋ ରୁଟ ଆଉ ଆଇପିଏଲ ଖେଳିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ରାଜସ୍ଥାନ ରୋୟଲ୍ସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com