ଐତିହ୍ୟ ଓ ସଂସ୍କୃତି

ଗଣେଶ ପୂଜା ପାଇଁ ଚଳଚଞ୍ଚଳ କଟକ; ୧୨୦୦ ମୂର୍ତ୍ତି ସାଙ୍ଗକୁ ଭଳିକି ଭଳି ପେଣ୍ତାଲ

କଟକ , ୩୧/୦୮/୨୦୨୨- ଆଜି  ଗଣେଶ ପୂଜା ଅବସରରେ, ସବୁଠି ରହିଛି ଉତ୍ସବମୁଖର ପରିବେଶ ।  ଦୁଇ ବର୍ଷ ପରେ, ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଆଜି ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ଆରାଧନାର ଦିନ । ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ।ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସିଲଭର  ସିଟି କଟକ ।
ସହର ସାରା ସୁଉଚ୍ଚ ତୋରଣ ସହ ଆକର୍ଷ୍ଣୀୟ ପୂଜା ପେଣ୍ଡାଲ ।ଯୁଆଡ଼େ ଦେଖିବା ସୁସଜ୍ଜିତ ରଙ୍ଗୀନ ତୋରଣ । କେଉଁଠି ରାଷ୍ଟ୍ରପତି ଭବନ ରାଇସିନା ହିଲ ତ ପୁଣି କେଉଁଠି ବାରବାଟୀ ଷ୍ଟାଡିୟମର କ୍ଳକ୍ ଟାଓ୍ୱାର ଆଉ ଅମରନାଥ ମନ୍ଦିର । ଏମିତି ଭଳିକି ଭଳି ତୋରଣ,ହୋଇଛି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ।

ନିଜ ନିଜର ମଣ୍ଡପ ଓ ତୋରଣକୁ ସୁନ୍ଦର କରିବା ଲାଗି ପୂଜା କମିଟି ମଧ୍ୟରେ ଏକ ପ୍ରକାର  ପ୍ରତିଦ୍ୱନ୍ଦ୍ୱିତା  ଲାଗିଛି । ଚଳିତ ବର୍ଷ ସହରରେ କ୍ଳବ ଅନୁଷ୍ଠାନକୁ ମିଶାଇ ମୋଟ ୧୨୦୦ ମୂର୍ତ୍ତି ନିର୍ମାଣ ହୋଇଛି ।

 

 

 

 

Related Articles

Back to top button
WP Twitter Auto Publish Powered By : XYZScripts.com