ଓଡ଼ିଶା

ବିଶ୍ୱର କଲ୍ୟାଣ ଉଦେଶ୍ୟରେ ସାମୁହିକ ସୁନ୍ଦରକାଣ୍ଡ ପାଠ ଓ ହୋମଯଜ୍ଞ

ପୁରୀ() ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ତରଫରୁ ୧୩ ତମ ବାର୍ଷିକ ଉତ୍ସବ ସହିତ ମହାବିଶୁବ ସଂକ୍ରାନ୍ତି ପରମ୍ପରା ଅନୁଯାୟୀ ପାଳନ କରାଯାଇଥିଲା । ଏହି ପବିତ୍ର ପଣା ସଂକ୍ରାନ୍ତି ଓ ମହାବୀର ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଅବସରରେ ମହାବୀରଙ୍କୁ ଦୁଗ୍ଧ ଅଭିଷେକ ଓ ହୋମଯଜ୍ଞ ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଦ୍ରୀନାଥ ଧାମର ସନ୍ଥଶ୍ରୀ ୧୦୦୮ ମହା ମଣ୍ଡଳେଶ୍ୱର ବାଳକ ଯୋଗେଶ୍ୱର ଦାସଜୀ ମହାରାଜ ପଦାର୍ପଣ କରି ଶ୍ରଦ୍ଧାଳୁ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମ କାର୍ଯ୍ୟ ବୈଦିକ ବ୍ରାହ୍ମଣ ପଣ୍ଡିତ ବଳରାମ ମିଶ୍ର ପୁରୋଧା ତୁଲାଇଥିଲେ । ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ ନିଷ୍ଠାର ସହିତ ସୁନ୍ଦରକାଣ୍ଡ ପାଠ କରି ବିଶ୍ୱର କଲ୍ୟାଣ ଏବଂ ଗୋମାତାଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବା ସହିତ ପୂଜା କରିଥିଲେ ।

ଏହି ପୂଜା କାର୍ଯ୍ୟ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ଵିଧି ପୂର୍ବକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ ଓ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ପୂଜା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com