Breaking NewsFeaturedଜାତୀୟଜୀବନଶୈଳୀଭାଇରାଲ୍ ଭିଡିଓ

ମିଠା ପ୍ରେମୀଙ୍କୁ ପାଗଳ କରୁଛି ସବୁଜ ରଙ୍ଗର ମାଉଣ୍ଟେନ ଡିଉ ଜଲେବି

କେଉଁଥିରୁ ହେଉଛି ପ୍ରସ୍ତୁତ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କଣ ଆପଣ ଜଣେ ମିଠା ପ୍ରେମୀ କି? ତେବେ ଆପଣ ନିହାତି ଜଲେବି ଖାଇଥିବେ । ଏହିପରି ତ ଜଲେବିକୁ ଲୋକ ବିଭିନ୍ନ ଉପାୟରେ ପ୍ରସ୍ତୁତ କରିଥାନ୍ତି । କିନ୍ତୁ ଆପଣ କେବେ କୋଲ୍ଡ ଡ଼୍ରିଙ୍କ ୱାଲା ଜଲେବି ଖାଇଛନ୍ତି କି ? ଆପଣ ଭାବୁଥିବେ କି ବୋଧହୁଏ ଏଥିରେ ଆପଣଙ୍କୁ କୋଲ୍ଡ ଡ଼୍ରିଙ୍ଗ ସହ ଜଲେବି ଖାଇବାକୁ ଦିଆଯିବ । କିନ୍ତୁ ନାଁ । ଏହି ଜଲେବିର ନାମ ଏକ କୋଲ୍ଡଡ଼୍ରିଙ୍କର ନାଁ ଅନୁସାରେ ରଖାଯାଇଛି । ଆଉ ଏହି ଜଲେବିର ସବୁଠାରୁ ଆକର୍ଷଣର କାରଣ ହେଉଛି ଏହାର ରଙ୍ଗ । ଏହା ଦେଖିବାକୁ ସବୁଜ ରଙ୍ଗର ଯାହା ଏହା ପୂର୍ବରୁ ଆପଣ କେବେ ଦେଖି ନଥିବେ ।

ଏହା ଦେଖିବାକୁ ଯେତେ ସୁନ୍ଦର ଏହାର ଟେଷ୍ଟ ମଧ୍ୟ ସେମିତି ଲୋଭନୀୟ । ଏହା ବେଙ୍ଗାଲୁରୁର ଏକ ପ୍ରସିଦ୍ଧ ମିଠା ବୋଲି କୁହାଯାଉଛି । ଏହାର ସ୍ୱାଦ ପାଇଁ ଏହା ଖୁବ୍ ପ୍ରସିଦ୍ଧ । ର୍ତେବେ ଏହି ମାଉଣ୍ଟେନ ଡ଼ିଉ ଜଲେବିର ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି । କ୍ୟାପସନରେ ଲେଖାଯାଇଛି ଯେ ଏହି ସବୁଜ ରଙ୍ଗର ମାଉଣ୍ଟେନ ଡିଉ ଜଲେବି ଜଳକୁମ୍ଭୀ ଫଳରୁ ତିଆରି ହୋଇଛି ଯାହାକୁ କର୍ଣ୍ଣାଟକରେ ଅବାରେବେଲେ ନାଁରେ ଜଣାଯାଏ । ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ । କେବଳ ଏତିକି ନୁହେଁ ଏହା ନାମରେ ମଧ୍ୟ ଏକ ମେଳା ଆୟୋଜିତ ହୁଏ । ଯାହାକୁ “ଆୱାରେ କାଇ ମେଲା” କୁହାଯାଏ । ଏହି ଆବାରେବେଲେ ଜଲେବି କେବଳଯେ ରୂପରେ ଭିନ୍ନ ନୁହେଁ, ସ୍ୱାଦରେ ମଧ୍ୟ ଅନ୍ୟ ସାଧାରଣ ଜଲେବିଠାରୁ ବହୁ ସ୍ୱତନ୍ତ୍ର । ଯଦି ଆପଣ ବେଙ୍ଗାଲୁରୁରେ ଅଛନ୍ତି, କିମ୍ବା କେବେ ବୁଲିବାକୁ ଯାଆନ୍ତି ତେବେ ନିଶ୍ଚୟ ଏହି ଜଲେବିର ମଜା ନିଅନ୍ତୁ । ଏହାକୁ ମଇଦା ଏବଂ ଜଳକୁମ୍ଭୀ ଫଳର ପେଷ୍ଟ ମିଶ୍ରଣରେ ପ୍ରସ୍ତୁତ କରାଯାଏ । ପ୍ରଥମେ ଏହି ମିଶ୍ରଣକୁ ପ୍ରସ୍ତତ କରି ୪-୫ ଘଣ୍ଟା ରଖିଦିଆଯାଏ । ଏହାପରେ ତାକୁ ତେଲରେ ଛାଣି ଚିନି ଓ ମହୁରେ ତିଆରି ଶିରାରେ ପକାଯାଏ । ଏହି ପୋଷ୍ଟକୁ ୨୫ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେଳେ ଲୋକମାନେ ଏହା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com