ଓଡ଼ିଶା

ସମ୍ବଲପୁରରେ ଲାଗିଲା ଫ୍ଲୋ ମିଟର

ସମ୍ବଲପୁର ; ୮।୯ ସମ୍ବଲପୁରରେ ଫ୍ଲୋ’ ମିଟର ସ୍ଥାପନ କାମ ଆରମ୍ଭ ‌ହୋଇଛି । ଆର୍‌ଡିସି କାର୍ଯ୍ୟାଳୟରେ ପ୍ରଥମ ଫ୍ଲୋ’ମିଟର ଲଗାଯାଇଛି । ଆର୍‌ଡିସି କାର୍ଯ୍ୟାଳୟକୁ ଦିଆଯାଇଥିବା ପାଣି ପାଇପ ସଂଯୋଗରେ ଏହି ଫ୍ଲୋ’ ମିଟର ଲାଗିଛି । ଏବେ ସମ୍ବଲପୁର ମହାନଗର ନିଗମ ଅଂଚଳରେ ୭୩ ହଜାର ପାଣି ପାଇପ୍ ସଂଯୋଗ ରହିଥିବା ବେଳେ ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ସବୁ ଜାଗାରେ ଫ୍ଲୋ’ ମିଟର ଲଗାଯିବ । ଜନସ୍ବାସ୍ଥ୍ୟ ବିଭାଗ ଠାରୁ ପାଣି ସଂଯୋଗ ନେଇଥିବା ସବୁ ଘରେ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଅନୁଷ୍ଠାନଗୁଡ଼କରେ ଏହି ଫ୍ଲୋ’ ମିଟର ଲଗାଯିବାକୁ ସ୍ଥିର ହୋଇଛି। ଓଡ଼ିଶା ଜଳ ନିଗମ ଜରିଆରେ ଏହି ମିଟର ଲଗାଯାଇଛି  । ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ପ୍ରଥମେ ପୁରୀରେ ‌ଫ୍ଲୋ’ ମିଟର ଲଗାଯାଇଛି ।  ଭୁବନେଶ୍ବର, କଟକ ପରେ ଏବେ ସମ୍ବଲପୁରରେ ଏହା ଆରମ୍ଭ ହୋଇଛି । ଫ୍ଲୋ’ ମିଟର ଲାଗିବା ପରେ ମାସିକ ଟିକସ’ ବ୍ୟବସ୍ଥା ବଦଳରେ ଏଣିକି ଯିଏ ଯେତିକି ପାଣି ବ୍ୟବହାର କରିବେ, ସେହି ଆକାରରେ ଏବାବଦ ଟିକସ ‌ଦେବେ। ପ୍ରତ୍ୟେକ ହଜାରେ ଲିଟର ପାଣି ବ୍ୟବହାର ପାଇଁ ଏକ ନିର୍ଦ୍ଦିଷ୍ଟ ଅର୍ଥରାଶି ଟିକସ ଆକାରରେ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com