ଜୀବନଶୈଳୀ

‘RRR’ ଜିତିଲା ଗୋଲଡେନ୍ ଗ୍ଲୋବ୍ ପୁରସ୍କାର

ନୂଆଦିଲ୍ଲୀ, ୧୧/୦୧/୨୦୨୩ –  ତେଲୁଗୁ ଚଳଚିତ୍ର ‘RRR’ ସମ୍ମାନ ଜନକ ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ଜିତିଛି । ଯାହା ଭାରତ ପାଇଁ ଏକ ସ୍ମରଣୀୟ ମୁହୁର୍ତ୍ତ ସୃଷ୍ଟି କରିଛି । କାରଣ RRR ହେଉଛି ‘ଦି ଗୋଲ୍ଡେନ୍ ଗ୍ଲୋବ୍‌ସ୍‌’ ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର । ଏହି ପୁରସ୍କାର ଗ୍ରହଣ କରିବା ନିମନ୍ତେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଏସ୍‌. ଏସ୍‌. ରାଜାମୌଲୀ, ଅଭିନେତା ଜୁନିୟର୍‌ NTR ଏବଂ ରାମ ଚରଣ ଆଦି କାଲିଫର୍ଣ୍ଣିଆ ଗସ୍ତ କରିଥିଲେ । ସେଠରେ ଆୟୋଜିତ ‘ଦି ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌ ୨୦୨୩’ର ୮୦ତମ ସମାରୋହରେ ପୁରସ୍କାର ଗ୍ରହଣ କରିବା ଅବସରରେ ରାଜାମୌଲୀ ବିଶ୍ଵବ୍ୟାପୀ ସମସ୍ତ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

RRR ଫିଲ୍ମ ଦୁଇଟି କ୍ୟାଟେଗୋରୀ ପାଇଁ ଗୋଲ୍ଡେନ ଆୱାର୍ଡରେ ମନୋନୀତ ହୋଇଥିଲା । ଏହାକୁ ନନ୍ ଇଂଲିସ୍ ଲାଙ୍ଗୁଏଜ ଓ ବେଷ୍ଟ ଅରିଜନାଲ ସଙ୍ଗ ମୋସନ ପିକ୍‌ଚର ପାଇଁ ମନୋନୀତ କରା ଯାଇଥିଲା ।ଚଳଚ୍ଚିତ୍ରର ‘ନାଟୁ ନାଟୁ’ ଗୀତ ଶ୍ରେଷ୍ଠ ମୌଳିକ ଗୀତ ବର୍ଗରେ ହଲିଉଡ୍‌ର ‌ଅନ୍ୟତମ ସମ୍ମାନଜନକ ପୁରସ୍କାର ‘ଗୋଲ୍‌ଡେନ୍‌ ଗ୍ଲୋବ୍‌ସ୍‌’ ବିଜୟୀ ହୋଇଛି । ଜୁନିଅର୍ NTR ଓ ରାମ ଚରଣଙ୍କ ଅଭିନୀତ ଏହି ଗୀତ ଭାରତୀୟ ସିନେମା ପାଇଁ ଗର୍ବ ଆଣିଦେଇଛି।

ଏହାକୁ ତେଲୁଗୁ ଭର୍ସନରେ ଭେଟେରାନ୍ ମ୍ୟୁଜିକ ଡାଇରେକ୍ଟର ଏମ.ଏମ. କିରାୱାଣୀ କମ୍ପୋଜ କରିଛନ୍ତି। କାଳା ଭୌରବା ଓ ରାହୁଲ ସିପ୍ଲିଗୁଞ୍ଜ ଏହାକୁ ଲେଖିଛନ୍ତି । ପୁରସ୍କାର ପାଇଁ ମନୋନୀତ ହେବା ପାଇଁ ତାଲିକାରେ ଥିବା ଆଉ ୪ଟି ଗୀତ ସହିତ ‘ନାଟୁ ନାଟୁ’ ଗୀତର ପ୍ରବଳ ପ୍ରତିଦ୍ୱନ୍ଦିତା ହୋଇଥିଲା । ସେହି ଗୀତଗୁଡ଼ିକ ହେଉଛି – ଟେଲର୍‌ ସ୍ଵିଫ୍ଟ୍‌ଙ୍କ ‘‌ହ୍ବେୟାର୍‌ ଦି କ୍ରଡ୍ୟାଡ୍‌ ସିଙ୍ଗ୍‌’ ଚଳଚ୍ଚିତ୍ରର ‘କ୍ୟାରୋଲିନା’, ଲେଡି ଗାଗାଙ୍କ ‘ଟପ୍‌ ଗନ୍‌: ଗିଲ୍‌ର୍ମୋ ଦେଲ୍‌ ତୋରୋଙ୍କ ‘ପିନୋଚିଓ’ ଚଳଚ୍ଚିତ୍ରର ‘ଚିଆଓ ପାପା’, ‘ରିହାନ୍ନାଙ୍କ ‘ବ୍ଲାକ୍‌ ପାନ୍ଥର୍‌: ୱାକାଣ୍ଡା ଫର୍‌ଏଭର୍‌’ ଚଳଚ୍ଚିତ୍ରର ‘ଲିଫ୍ଟ୍‌ ମି ଅପ୍‌’ ଏବଂ ମ୍ୟାଭେରିକ୍‌’ ଚଳଚ୍ଚିତ୍ରର ‘ହୋଲ୍‌ଡ୍‌ ମାଇଁ ହ୍ୟାଣ୍ଡ୍‌’ ।

RRR ଫିଲ୍ମ ସାରା ବିଶ୍ୱରେ ୧୨୦୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା।  ଏହି ଫିଲ୍ମ ୫ଟି ଭାଷା ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ ଏବଂ ହିନ୍ଦୀରେ ମୁକ୍ତିଲାଭ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com