ଜାତୀୟବାଣିଜ୍ୟ

SEBIର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ, ଦୌଡ଼ରେ ଅଛନ୍ତି ୫ ଜଣ ଦାବିଦାର

ନୂଆଦିଲ୍ଲୀ : ଭାରତୀୟ ପ୍ରତିଭୂତ ଓ ବିନିମୟ ବୋର୍ଡ (ସେବି)ର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ତାହାକୁ ନେଇ ଆରମ୍ଭ ହୋଇଯାଇଛି କସରତ । ଏହି ପଦବୀରେ କେନ୍ଦ୍ର ସରକାର କାହାକୁ ଅବସ୍ଥାପିତ କରିବେ ତାହାକୁ ଉତ୍ସୁକତାର ସହ ଚାହିଁ ରହିଛି ଷ୍ଟକ୍ ମାର୍କେଟ । ବର୍ତ୍ତମାନର ଅଧ୍ୟକ୍ଷ ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳ ଚଳିତ ମାସରେ ସମାପ୍ତ ହେବାକୁ ଯାଉଛି । ତେବେ ତ୍ୟାଗୀଙ୍କ କାର୍ଯ୍ୟକାଳ ସରକାର ବୃଦ୍ଧି କରିପାରନ୍ତି ବୋଲି ଗତବର୍ଷ ଡିସେମ୍ବର ମାସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା ।

ତେବେ ସରକାର ତ୍ୟାଗୀଙ୍କୁ ଏହି ପଦବୀରେ ରଖିବେ କି ନୂତନ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦେବେ, ସେନେଇ ଔପଚାରିକ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଗତ ୪ ମାସ ଧରି ଏହି ପଦବୀ ନିମନ୍ତେ ପ୍ରକ୍ରିୟା ଜାରି ରହିଥିଲେ ହେଁ ସେନେଇ କୌଣସି ଚୂଡ଼ାନ୍ତ ହୋଇପାରିନାହିଁ । ତେବେ ଏହି ପଦବୀ ଲାଗି ସରକାର ଆବେଦନ ପତ୍ର ଆହ୍ୱାନ କରିଛନ୍ତି ।

ଏହି ପଦବୀ ପାଇଁ ବର୍ତ୍ତମାନ ୫ ଜଣ ପ୍ରମୁଖ ଦାବିଦାର ରେସରେ ରହିଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବତନ ଆର୍ଥିକ ସେବା ସଚିବ ଦେବାଶିଷ ପଣ୍ଡା, ରାଜସ୍ୱ ସଚିବ ତରୁଣ ବଜାର, ଅର୍ଥ ସଚିବ ଟିଭି ସୋମନାଥନ, ସେବିର ପୂର୍ଣ୍ଣକାଳୀନ ସଦସ୍ୟ ମାଧବୀ ପୁରୀ ବଚ ଓ ଆଇଏଫଏସସିଏ ଅଧ୍ୟକ୍ଷ ଇଞ୍ଜେଟି ଶ୍ରୀନିବାସ ରହିଛନ୍ତି । ଗତ ୨୦୧୭ରେ ତ୍ୟାଗୀଙ୍କୁ ସରକାର ୩ ବର୍ଷ ପାଇଁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ବର୍ତ୍ତମାନ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ରେ ଏକ ବଡ଼ଧରଣର ସ୍କାଣ୍ଡାଲ ହୋଇଥିବାରୁ ତ୍ୟାଗୀଙ୍କୁ ପୁଣି ଥରେ ସୁଯୋଗ ମିଳିବା ପାଇଁ ବିଶେଷଜ୍ଞମାନେ ଭିନ୍ନ ମତ ପୋଷଣ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com