ଓଡ଼ିଶା

ଫ୍ଲାଏ ଓଭର ନିର୍ମାଣ ଦାବିରେ ୫୨୦ନଂ ଜାତୀୟ ରାଜପଥ ଅବରୋଧ

ବଡବିଲଦୁର୍ଘଟଣାକୁ କେନ୍ଦ୍ର କରି ୫୨୦ନଂ ଜାତୀୟ ରାଜପଥ ଅବରୋଧ । ଫ୍ଲାଏ ଓଭର ନିର୍ମାଣ ଦାବିରେ ଲୋକଙ୍କ ଧାରଣା । ଯୋଡ଼ା ଥାନା ବିଲେଇପଦା ଛକରେ ଗୁରୁବାର ଏକ ଟ୍ରକ୍ ବାଇକକୁ ଧକ୍କା ଦେବାରୁ ୨ ଜଣ ବାଇକ୍ ଆରୋହୀ ଆହତ ହୋଇଥିଲେ । ଉଭୟଙ୍କୁ  ଚିକିତ୍ସା ପାଇଁ ନିକଟସ୍ଥ ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଛକରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ, ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ବି ପ୍ରତିକାର ନିମନ୍ତେ କୌଣସି ସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରାଗଲା ନାହିଁ । ଫଳରେ ଜାତୀୟ ରାଜପଥ ୫୨୦ରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ଜନଜୀବନ ହାନି ଘଟୁଥିବା ଅଭିଯୋଗ ହୋଇଛି । ପ୍ରଶାସନ ତୁରନ୍ତ ଏହାର ପଦକ୍ଷେପ ନେବା ସହ ଫ୍ଲାଏ ଓଭର ନିର୍ମାଣ ଦାବି ଜଣାଇ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ ।

ଉତ୍ତ୍ୟକ୍ତ ଲୋକେ ଗୁରୁବାର ବିଲେଇପଦା ଛକରେ ଏନଏଚ ୫୨୦କୁ ଅବରୋଧ କରିଥିଲେ। କଲେଜ ଛାତ୍ରଛାତ୍ରୀ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।  ରାଜପଥ ଅବରୋଧ ହେବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ  ରୂପେ ବାଧାପ୍ରାପ୍ତ ହୋଇଥିଲା। ଉଭୟ ପାର୍ଶ୍ଵରେ ବହୁସଂଖ୍ୟାରେ ଯାନବାହାନ ଅଟକି ରହିଥିଲା ।  ଘଟଣାସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଥିଲେ ଲୋକେ । ପ୍ରାଥମିକ ଭାବେ ଛକରେ ହମ୍ପସ୍ ନିର୍ମାଣ କରାଯିବା ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସେହିପରି ଫ୍ଲାଏ ଓଭର ନିର୍ମାଣ ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଜରିଆରେ ଏନଏଚ କର୍ତ୍ତୃକ୍ଷପଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବିହୀତ ପଦକ୍ଷେପ ନିଆଯିବ । ଏହି ପ୍ରତିଶ୍ରୁତି ପରେ ସ୍ଥିତି ସ୍ଵାଭାବିକ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com