ଓଡ଼ିଶା

କୁଆଖାଇ ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବାଲିଅନ୍ତା() କୁଆଖାଇ ନଦୀରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ବାଲିଅନ୍ତା ଥାନା ରଥିଜେମା ଗ୍ରାମର ନିଶାମଣୀ ସାହୁ । ନିଶାମଣୀ ଗାଁ ପାଖରେ ଥିବା କୁଆଖାଇ ନଦୀରେ ଗତ ଶୁକ୍ରବାର ଦିନ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ନିଶାମଣୀଙ୍କୁ ବହୁ ଖୋଜା ଖୋଜି ପରେ ମଧ୍ୟ ସନ୍ଧାନ ପାଇ ନ ଥିଲେ । ଏ ନେଇ ପରିବାର ବାଲିଅନ୍ତା ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ କୁଆଖାଇ ନଦୀରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ଆଜି ବୃଦ୍ଧାଙ୍କର ମୃତ ଦେହକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ ।

Related Articles

Back to top button
WP Twitter Auto Publish Powered By : XYZScripts.com