ଜୀବନଶୈଳୀ

ବାଲିପାଟଣା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ

ବାଲିପାଟଣା, ୦୪ /୧୦/୨୦୨୨-    ଭୁବନେଶ୍ୱର ଉପକଣ୍ଠସ୍ଥ ଜୟଦେବ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିଅନ୍ତା ଗ୍ରାମପଞ୍ଚାୟତ ଅଧିନସ୍ଥ ନିକୁଞ୍ଜ ବିହାରୀ ମନ୍ଦିର ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ଜୟଦେବ ବିଧାୟକ ଅରବିନ୍ଦ ଢାଲୀ ପୁଷ୍ପମାଲ୍ୟ କରିବା ସହ ପ୍ରତାପ ଶାସନ ବିଦ୍ୟାଳୟ ପରିଷରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଆର୍ପଣ କରିଥିଲେ । ପରେ ବାଲିପାଟଣା ବ୍ଲକ ଥାନା ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଏକ ଜନ ସମ୍ପର୍କ ପଦ ଯାତ୍ରା ବାଲିପାଟଣା ବଜାରରୁ ବାହାରି ଶିଶୁଅନନ୍ତ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ।

ଏହି ପଦ ଯାତ୍ରାରେ ଜୟଦେବ ନିର୍ବାଚନ ମଣ୍ଡଳୀର ୩୩ଟି ଗ୍ରାମ ପଞ୍ଚାୟତରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ବିଜୁଜନତା ଦଳର ମହିଳା ଓ ପୁରୁଷ ଯୋଗ ଦେଇ ଗାଁ ଗାଁ ବୁଲି ଶିଶୁଅନନ୍ତ ମନ୍ଦିର ପରିଷରେ ପହଞ୍ଚି ଥିଲେ । ମନ୍ଦିରରେ ଦୁର୍ଗା ନନ୍ଦନ ମିଶ୍ରଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଜୁ ଜନତା ଦଳର ଜନାଭିମୁଖୀ ଯୋଜନା ସହିତ ଗାନ୍ଧିଜୀଙ୍କ ଜନ୍ମ ଜୟନ୍ତୀ ଉପରେ ଆଲୋଚନା କରାଯାଇଥିଲା । ଏହି ପଦଯାତ୍ରା ଜୟଦେବ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ଦୁଇ ତାରିଖରୁ ନମ୍ବେମ୍ବର ଦୁଇ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପଦଯାତ୍ରାରେ ବିଧାୟକ  କୈଳାଶ ଚନ୍ଦ୍ର ସେଠୀ, ଚାନ୍ଦ ବାବୁ, ଭାଗିରଥି ପାତ୍ର, ଶିକ୍ଷାବିତ ନାରାୟଣ ବେହେରା, ବୁଦ୍ଧନାଥ ବାରିକ, ରାନୁ ଜେନାଙ୍କ ସହ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com