ଜୀବନଶୈଳୀ

ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନ ଫୁଡ୍ ସର୍ଭିସ

ଭୁବନେଶ୍ୱର, ୨୭/୧୧/୨୦୨୨-  ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନ ଫୁଡ୍ ସର୍ଭିସ । ଆସନ୍ତା ମାସ ୨୯ ତାରିଖରୁ ଭାରତରେ ଏହା ବନ୍ଦ ହେବ । ଆମାଜନ୍ ଇଣ୍ଡିଆ ତରଫରୁ ଏହି ଘୋଷଣା କରାଯାଇଛି । ୨୦୨୦ରେ କରୋନା ସମୟରେ  ଆମାଜନ ଫୁଡ୍ ସର୍ଭିସ ଲଞ୍ଚ କରା ଯାଇଥିଲା । ବେଙ୍ଗାଲୁରୁରୁ ଆରମ୍ଭ ହୋଇଥିବା ଏହି ସର୍ଭିସ ପରବର୍ତ୍ତି ସମୟରେ ଦେଶର ଅନ୍ୟ ସହରରେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଏହା ଏତେ ପ୍ରଭାବଶାଳୀ ଭାବେ କାମ କରିନଥିଲା । ତେଣୁ , ଏବେ କମ୍ପାନୀ ଏହାକୁ ବନ୍ଦ କରିବାକୁ ଯାଉଛି । ଆମାଜନ୍ ଫୁଡ ବନ୍ଦ ହେଲେ ବି ରେଷ୍ଟୁରାଣ୍ଟଙ୍କୁ ସମସ୍ତ ଦେୟ ପ୍ରଦାନ କରାଯିବ । ରେଣ୍ଟୁରାଣ୍ଟଗୁଡିକ ଆମାଜନ୍ ଟୁଲ୍ସ ଓ ରିପୋର୍ଟ ଅପସନ ୨୦୨୩ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏଥିପାଇଁ କମ୍ପାନୀ ପୂରା ଆସିଷ୍ଟେଣ୍ଟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେବ ।

Related Articles

Back to top button
WP Twitter Auto Publish Powered By : XYZScripts.com