ଜୀବନଶୈଳୀ

ଜଳପଥ ଜଗିବ ମାନବ ବିହୀନ ବୋଟ୍

ନୂଆଦିଲ୍ଲୀ, ୦୬/୧୦/୨୦୨୨-   ଜଳପଥ ଜଗିବ ମାନବ ବିହୀନ ବୋଟ୍ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ୩ଟି ସଶସ୍ତ୍ର ମାନବ ବିହୀନ ବୋଟ ପ୍ରସ୍ତୁତ କରାଯାଇଛି । ଡିଆରଡିଓ ପକ୍ଷରୁ ପୁନେରେ ଏହି ମାନବ ବିହୀନ ବୋଟର ସଫଳ ପରୀକ୍ଷଣ କରାଯାଇଛି । ଏହି ବୋଟ୍ ର ବିଶେଷତ୍ୱ ହେଉଛି ଯେ, ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଏଥିରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରାଯାଇ ପାରିବ । ୨୪ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ରହି ପେଟ୍ରୋଲିଂ କରିବା କ୍ଷମତା ରଖିଥିବା ଏହି ବୋଟରେ ରହିଛି ସର୍ଭିଲାନ୍ସ କ୍ୟାମେରା ଯାହା ସାହାଯ୍ୟରେ ୩୬୦ ଡିଗ୍ରୀ ଲାଇଭ୍ ଫିଡ୍ ଦେଖିହେବ ।

ରିମୋର୍ଟ ଦ୍ୱାରା ଏହାକୁ କଣ୍ଟ୍ରୋଲ କରାଯାଉ ଥିବାରୁ ଗୋଟିଏ ବଟନ୍ ଦ୍ୱାରା କଣ୍ଟ୍ରୋଲ ରୁମରେ ବସି ଶତ୍ରୁକୁ ମାତ୍ ଦିଆଯାଇ ପାରିବ । ଆଗକୁ ବିଭିନ୍ନ ଟିମକୁ ନେଇ ଏହି ବୋଟର ପରୀକ୍ଷଣ ହେବ । ଖୁବଶୀଘ୍ର ଡିଫେନ୍ସ ଏକ୍ସପୋରେ ଏହି ବୋଟର ପ୍ରଦର୍ଶନ ହେବ । ଜଳପଥରେ ବେଆଇନ୍ ଗତିବିଧି ଦିନକୁ ଦିନ ବଢୁଥିବା ବେଳେ ଏହି ବୋଟ୍ ବେଶ ସହାୟକ ହେବ ।

ସାଗର ଡିଫେନ୍ସ ଇଞ୍ଜିନିୟରିଂ ନାମକ କମ୍ପାନୀ ଡିଆରଡିଓ ସହ ମିଶି ଏହି ବୋଟ୍ ନିର୍ମାଣ କରିଛି । ଏହି ବୋଟର ଏପର୍ଯ୍ୟନ୍ତ କୌଣସି ନାମକରଣ କରାଯାଇନାହିଁ । ଡିଆରଡିଓ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ଏହା ସମୁଦ୍ରରେ ଶତ୍ରୁର ଗତିବିଧି ଉପରେ ନଜର ରଖିବ ।

Related Articles

Back to top button
WP Twitter Auto Publish Powered By : XYZScripts.com