ବାଣିଜ୍ୟ

ଟାଇଗର ଶ୍ରଫଙ୍କ ସହ ବ୍ରେକ୍ ଅପ୍ ପରେ ଖୋଲିଗଲା ଦିଶାଙ୍କ ଭାଗ୍ୟ ! ମିଳିଲା ୧୦୦ କୋଟିର ଅଫର….

ଭୁବନେଶ୍ୱର, ୧୭ /୧୦/୨୦୨୨-   ଟାଇଗର ଶ୍ରଫଙ୍କ ସହ ଦିଶା ପାଟାନୀଙ୍କ ଦୀର୍ଘ ଦିନର ସମ୍ପର୍କ ପରେ ସେମାନଙ୍କର ବ୍ରେକ୍ ଅପ୍ ହୋଇଯାଇଛି । କହିବାକୁ ଗଲେ ବ୍ରେକ୍ ଅପ୍ ପରେ ଦିଶାଙ୍କ ଭାଗ୍ୟ ଖୋଲିଯାଇଛି । ବର୍ତ୍ତମାନ ତାଙ୍କୁ ଶହେ କୋଟିରେ ନିର୍ମିତ ଏକ ପ୍ୟାନ୍ ଇଣ୍ଡିଆ ଫିଲ୍ମର ଅଫର ମିଳିଛି । ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ଉଚ୍ଚାଭିଳାଷୀ ଚଳଚ୍ଚିତ୍ର ପ୍ରୋଜେକ୍ଟରେ ଦିଶା ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ପ୍ରଭାସଙ୍କ ସହ କାମ କରିବାର ସୁଯୋଗ ପାଇବେ । ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ମଧ୍ୟ ଅଭିନୟ କରିଛନ୍ତି ।

ଦିଶା କହିଛନ୍ତି ଯେ, ପ୍ରଥମ ଦିନ ଯେତେବେଳେ ମୁଁ ସେଟରେ ପହଞ୍ଚିଲି, ପ୍ରଭାସ ତାଙ୍କ ଘରୁ ମୋ ପାଇଁ ଖାଦ୍ୟ ଆଣିଥିଲେ । ଦିଶାଙ୍କ କହିବାନୁସାରେ, ସାଉଥ ଷ୍ଟାର ଏବଂ ନିର୍ମାତାମାନଙ୍କ ସହିତ କାମ କରିବାରେ ଭଲ ଅନୁଭବ ରହିଆସିଛି । ତେବେ ଦିଶା ଏହି ବିଗ ବ୍ୟାନର ଫିଲ୍ମକୁ ନେଇ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି ।

.

Related Articles

Back to top button
WP Twitter Auto Publish Powered By : XYZScripts.com