ଅନ୍ୟାନ୍ୟ

ଅଯୋଧ୍ୟାରେ ଜଳିଲା ୧୮ ଲକ୍ଷମାଟି ଦୀପ, ସୃଷ୍ଟି କରିବ ଗିନିଜ ୱାର୍ଲ୍ଡ ରେକର୍ଡ

ଭୁବନେଶ୍ୱର, ୨୩/୧୦/୨୦୨୨-  ଭଗବାନ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଦୀପାବଳିରେ ସମ୍ପୂର୍ଣ୍ଣ ସଜାଯାଇଛି । ଦୀପାବଳି ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ବାହାରୁ ଆସିଥିବା ଲକ୍ଷ ଲକ୍ଷ ଲୋକ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି । ଚଳିତ ବର୍ଷ ଅଯୋଧ୍ୟାରେ ପ୍ରାୟ ୧୮ ଲକ୍ଷ ମାଟି ଦୀପ ଜଳାଯିବ ବୋଲି ଆଶା କରାଯାଉଛି । ଅଯୋଧ୍ୟାରେ ପ୍ରାୟ ପ୍ରାୟ ୧୫ ଲକ୍ଷ ଦୀପ ରଖାଯାଇଛି । ଦୀପ ଆଲୋକିତ କରି ଏକ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ସ୍ଥାପନ କରିବାକୁ ଚେଷ୍ଟା କରିବ।  ଗୁରୁତ୍ୱପୂର୍ଣ୍ଣ ଛକ ଏବଂ ସ୍ଥାନଗୁଡିକରେ ଆଉ ତିନି ଲକ୍ଷ ଦୀପ ଜଳାଯିବ।

ଅଯୋଧ୍ୟା ପ୍ରଶାସନ ଗତ ବର୍ଷ ୯,୪୧,୫୫୧ ଦୀପରେ ଆଲୋକିତ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା । ରବିବାର ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀ ଆଦିତ୍ୟନାଥଙ୍କ ସମ୍ମୁଖରେ ରାମାୟଣର ଅନେକ ଦୃଶ୍ୟକୁ ଚିତ୍ରଣ କରୁଥିବା ଏକ ଲେଜର ସୋ ମଧ୍ୟଉପସ୍ଥାପନ କରାଯିବ।

 

Related Articles

Back to top button
WP Twitter Auto Publish Powered By : XYZScripts.com