ଜୀବନଶୈଳୀ

ମହାନଗର ନିଗମର ୭ ଓ ୮ ନମ୍ବର ୱାର୍ଡରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର, ୦୪/୧୧/୨୦୨୨ –   ମହାନଗର ନିଗମର ୭ ଓ ୮ ନମ୍ବର ୱାର୍ଡରେ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ଵରେ ଗୁରୁବାର ସନ୍ଧ୍ୟାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ୮ ନମ୍ବର ୱାର୍ଡରେ କର୍ପୋରେଟର ଜମୁଲା ଶ୍ରୀନିବାସଙ୍କ ତତ୍ତ୍ଵାବଧାନରେ ଅଞ୍ଚଳରେ ପଦଯାତ୍ରା ଆରମ୍ଭ କରାଯାଇଥିଲା । ଏହି ପଦଯାତ୍ରା ସ୍ଥାନୀୟ ଖାସ୍ପା ସ୍ଥିତ ସୁବୁଦ୍ଧି ବେଢ଼ା କଲ୍ୟାଣ ମଣ୍ଡପ ଠାରୁ ଆରମ୍ଭ କରି ଅଞ୍ଚଳର ବହୁ ସାହି ଗଳିରେ ପଦଯାତ୍ରା କରିଥିଲେ ।

ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ରୂପେ ମାନନୀୟ ମେୟର ସଂଘମିତ୍ରା ଦଳାଇ, ଜିଲ୍ଲା ସମ୍ପାଦିକା ଏମ ସୁଜାତା ପାତ୍ର, ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲ, ସଭାନେତ୍ରୀ ସୋନାଲି ଗନ୍ତାୟତ, ଯୁବ ସଭାପତି ଅଜିତ କୁମାର ପଣ୍ଡା, ଛାତ୍ର ସଭାପତି ଶୋଭନ ନାୟକ, ଜୋନ ସଭାପତି ଜ୍ୟୋତି ରଞ୍ଜନ ସାହୁ, ସାଧାରଣ ସମ୍ପାଦିକା ତଥା କର୍ପୋରେଟର ସ୍ଵର୍ଣ୍ଣଲତା ସାବତ ପ୍ରମୁଖ ଯୋଗଦେଇ ପଦଯାତ୍ରା ଆରମ୍ଭ କରିଥିଲେ । ଉକ୍ତ ପଦଯାତ୍ରା ୱାର୍ଡର ସମସ୍ତ ଅଞ୍ଚଳରେ ପଦଯାତ୍ରା କରି ଏହା ସମାପ୍ତ ହୋଇଥିଲା ।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୭ ନମ୍ବର ୱାର୍ଡ କର୍ପୋରେଟର ତଥା ଯୁବନେତା ଟି.କିଶୋର ପାତ୍ରଙ୍କ ଅଞ୍ଚଳରେ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ ଟି.ଗୋପୀଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ଦେଶୀ ବେହେରା ସାହି ସ୍ଥିତ କେଦାରେଶ୍ୱର ମନ୍ଦିର ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଅଞ୍ଚଳର ସମସ୍ତ ସାହି ଓ ଗଳିରେ ପରିକ୍ରମା କରି ଘରେ ଘରେ ପହଞ୍ଚି ସରକାରଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇ ଥିଲେ । ଏହି ଅବସରରେ ବରିଷ୍ଠ ନେତା ଭୀମସେନ ଦଳାଇ, କର୍ପୋରେଟର ଜାମୁଲା ଶ୍ରୀନିବାସ, ଅଶ୍ଵିନୀ ପଟ୍ଟନାୟକ, ଏନ୍.ଆପ୍ପା ରାଓ, ସ୍ୱେତରେଖା ତ୍ରିପାଠୀ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ସନ୍ତୋଷ ସେଠୀ, ମହାନଗର ଉପ ସଭାପତି ସୁଭ୍ରେନ୍ଦୁ ସାହୁ, ସାଧାରଣ ସମ୍ପାଦକ ମୁନା ପାଢି, ନେତାଜୀ ପାତ୍ର, ପୂର୍ବତନ କର୍ପୋରେଟର ଭିଷ୍ମଚାର୍ଯ୍ୟ ଚୌଧୁରୀ, ପ୍ରଦୀପ ବେହେରା,   ପି.ଆଶାରାଣୀ, ଜ୍ୟୋତ୍ସ୍ନା ପାଢ଼ୀ, ଜାମୁଲା ଶଙ୍କର ନାରାୟଣ, ଜାମୁଲା ସୁଷମା ରାଣୀ, ଏଙ୍କାଟି ରେଡ୍ଡୀ ସମେତ ଦଳର ସମସ୍ତ କର୍ପୋରେଟର, ଯୁବ, ଛାତ୍ର ଓ ମହିଳା କର୍ମୀ ମାନେ ଯୋଗଦାନ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com