ଜୀବନଶୈଳୀ

ଅଲେଖ ନଗର ଶିଶୁ ଉଦ୍ୟାନର ପୁନଃ ଉଦ୍ଧାର ଓ ରକ୍ଷଣାବେକ୍ଷଣ ଦାବି କଲେ ସ୍ଥାନୀୟ ବୁଦ୍ଧିଜୀବୀ

ବ୍ରହ୍ମପୁର, ୧୦/୦୮/୨୦୨୨-  ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନଂ ୪୧ ଖଡାସିଙ୍ଗି ସ୍ଥିତ ଅଲେଖ ନଗର ଦ୍ୱିତୀୟ ଗଳିରେ ଥିବା  ଶିଶୁ ଉଦ୍ୟାନର ରକ୍ଷଣାବେକ୍ଷଣ ପ୍ରତି ନିଗମ କର୍ତ୍ତୃପକ୍ଷ  ଦୀର୍ଘ ବର୍ଷରୁ ଦୃଷ୍ଟି ନ ଦେବାରୁ ଏହାର ଚରମ ଅବକ୍ଷୟ ଘଟିଛି l ପାର୍କ ନିର୍ମାଣ ଆରମ୍ଭରୁ ଲାଗିଥିବା ଦୋଳି ଓ ଅନ୍ୟାନ୍ୟ ସରଞ୍ଜାମ ଗୁଡିକ ଭାଙ୍ଗି ଯାଇଥିବାବେଳେ ସମ୍ପୂର୍ଣ୍ଣ ପାର୍କଟି ବର୍ତ୍ତମାନ ବର୍ଷା ଜଳ କାଦୁଅ ଓ ଲଟାବୁଦାରେ ପରିପୂର୍ଣ୍ଣ ହୋଇଛି l ସ୍ଥାନୀୟ ଅଂଚଳରେ ଶିଶୁ ମାନେ ଖେଳିବା ପାଇଁ ଅନ୍ୟ କୌଣସି ସାଧନ ନ ଥିବାବେଳେ ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ଅବସର ସମୟ କଟାଇବା ପାଇଁ ଏହା ଏକମାତ୍ର ପାର୍କ ଥିଲା l ତେଣୁ , ତୁରନ୍ତ ଏହି ଶିଶୁ ଉଦ୍ୟାନର ପୁନଃଉଦ୍ଧାର ଓ ରକ୍ଷଣାବେକ୍ଷଣ ପାଇଁ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ମହାରଣା ଓ ଗଗନ ଚନ୍ଦ୍ର ମଲ୍ଲିକ ଦୃଢ଼ ଦାବି କରିଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com