ଅନ୍ୟାନ୍ୟ

ବେଆଇନ ଗୁଟଖା ଜବତ :୨ ଗିରଫ

ବ୍ରହ୍ମପୁର, ୦୪/୧୧/୨୦୨୨ –   ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରଳ ଗ୍ରାମର ଓଡ଼ିଆପି କଲୋନୀରେ ଥିବା ଏକ ବାସଗୃହରେ ବେଆଇନ୍ ଭାବେ ଗୁଟଖା ପ୍ରସ୍ତୁତି ହେଉଥିବା  ସୂଚନା  ଆଧାରରେ ଗୋଳନ୍ଥରା ଥାନା ପକ୍ଷରୁ ବୁଧବାର ମଧ୍ୟରାତ୍ରିରେ ଚଢ଼ାଉ କରାଯାଇଛି । ଏହି ଅଚାନକ ଚଢ଼ାଉରେ ବହୁ ପରିମାଣର ଗୁଟଖା ପ୍ୟାକେଟ ସହ କଞ୍ଚାମାଲ, ଜରି ୫ଟି ରୋଲ ,ପେକିଂ ମେସିନ୍, ଧୂଆଁପତ୍ର, ଗୁଆ , ଅଖା ସିଲେଇ ମେସିନ୍, ଇତ୍ୟାଦି ଜବତ କରିଥିଲେ ।

ତଦନ୍ତ ବେଳେ ଜଣାପଡିଥିଲା ​​ଯେ ଅଭିଯୁକ୍ତମାନେ ପୂର୍ବରୁ ବ୍ରହ୍ମପୁରର “ସ୍ବାଗତ ମସଲା” କମ୍ପାନୀ ଅଧୀନରେ କାମ କରୁଥିଲେ। ୬ମାସ ପୂର୍ବେ ସେମାନେ ସ୍ବାଗତ ମସଲାରେ ଚାକିରି ଛାଡି ପୁରୁଣା ପ୍ୟାକିଂ ମେସିନ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତିର ବ୍ୟବସ୍ଥା କରିଥିଲେ। ବ୍ରହ୍ମପୁରରୁ କଞ୍ଚାମାଲ ସଂଗ୍ରହ କରିଥିଲେ ଏବଂ ବେଆଇନ୍ ଭାବେ ଗୋକୁଲ୍ ବ୍ରାଣ୍ଡ ଡିଲକ୍ସ ମିକ୍ସ ଜର୍ଦ୍ଦା ଗୁଟଖା ଉତ୍ପାଦନ କରୁଥିଲେ ଏବଂ ନିକଟସ୍ଥ ଗ୍ରାମ ଗୁଡିକରେ ବିକ୍ରୀ କରିବା ସହ ନିଜ ଗ୍ରାମ ବଜାରରେ ଏହାକୁ ବ୍ୟବହାର ପାଇଁ ବିକ୍ରି କରୁଥିଲେ । ଗତ ୩ମାସ ଧରି ସେମାନେ ଏଥିରେ ଜଡିତ ଥିଲେ । ଅଭିଯୁକ୍ତମାନଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।

ଗିରଫ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଗାନ୍ଧୀନଗର ଅଞ୍ଚଳର ଶ୍ରୀକାନ୍ତ ଦାସ, ସୁରଳ ମହାରଣା ସାହିର ସନ୍ତୋଷ ମହାରଣା ବୋଲି ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି। ଥାନାରେ ଏକ ମାମଲା ନମ୍ବର ୪୦୩/୨୨ ରୁଜୁ କରି ଘଟଣାର ତଦନ୍ତ ଚାଲିଛି। ଜବତ ସାମଗ୍ରୀର ବଜାର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com