ଅନ୍ୟାନ୍ୟ

ଥାନାକୁ ଗଲା ଏଣ୍ଡୁଅ

ଭୁବନେଶ୍ୱର, ୨୩/୦୩/୨୦୨୩ –   ଥାନାକୁ ଗଲା ଏଣ୍ଡୁଅ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବକ ଏକ ବିରଳ ଏଣ୍ଡୁଆକୁ ଧରି ଠିଆ ହୋଇଥିବାର କିଛି ଲୋକ ଦେଖିବାକୁ ପାଇଥିଲେ । ଏହାପରେ ପିସିଆରକୁ ଫୋନକରି ଏ ବିଷୟରେ ଜଣାଇଥିଲେ । ଖବରପାଇ ସଙ୍ଗେସଙ୍ଗେ ପହଞ୍ଚିଥିଲା ପୋଲିସ । ଏହାପରେ ଉକ୍ତ ଯୁବକଙ୍କ ସହିତ ଏଣ୍ଡୁଅକୁ ଥାନାକୁ ନିଆଯାଇଛି । ଏଣ୍ଡୁଅଟି କେଉଁଠୁ ଆସିଲା, କିଏ ଆଣିଲା ଏବଂ କେଉଁ ଉଦ୍ଦେଶ୍ୟରେ ଏହାକୁ ଅଣା ଯାଇଥିଲା ଏନେଇ ପୋଲିସ ଅଧିକ ତତନ୍ତ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com