ବାଣିଜ୍ୟ
ରାତାରାତି ଲକ୍ଷପତି କରିଦେଲା ମାଛ, ଲୋକେ ଚକିତ
ଭୁବନେଶ୍ୱର, ୦୫/୧୧/୨୦୨୨ – ମାଲାମାଲ୍ କରିଦେଲା ମାଛ । କୋଲକାତାର ଏକ ଫାର୍ମା କମ୍ପାନୀ ଏହି ମାଛକୁ ୫ ଲକ୍ଷ ଟଙ୍କରେ କିଣିଛି । ଏହି ମାଛର ନାଁ ତେଲିଆ ଭୋଳା ମାଛ । ମାଛର ଓଜନ ପ୍ରାୟ ୩୫ କିଲୋଗ୍ରାମ ହୋଇଥିବା ବେଳେ ପଶ୍ଚିମବଙ୍ଗ ଦୀଘା ମୁହାଣରୁ ଧରାପଡିଥିଲା ମାଛ । ଦୀଘା ମୁହାଣ ଠାରୁ ଅଳ୍ପ ଦୂରରେ ମାଛ ଧରୁଥିବା ବେଳେ ଜାଲରେ ଗୋଟିଏ ବିରାଟକାୟ ମାଛ ପଡ଼ିଥିଲା । ଯାହାକୁ ଧରି ମତ୍ସ୍ୟଜୀବୀମାନେ କୂଳକୁ ଆସିଥିଲେ।