କ୍ରୀଡ଼ା

ବିସିସିଆଇର ନୂଆ ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ, ଟ୍ୱିଟରରେ ଫଟୋ ସେୟାର କଲେ ଗାଙ୍ଗୁଲି

ନୂଆଦିଲ୍ଲୀ() ଦୁନିଆର ସବୁଠାରୁ ଧନୀ ଏବଂ ବଡ଼ କ୍ରିକେଟ ବୋର୍ଡ ବିସିସିଆଇ । ଅନେକ ଖେଳାଳିଙ୍କ ଭବିଷ୍ୟତ ଗଢିଛି। ଏଥିପାଇଁ ବିସିସିଆଇ ପୂରା ଟିମ କଠିନ ପରିଶ୍ରମ କରିଥାଏ । ଏହି କ୍ରମରେ ବିସିସିଆଇ ନୂଆ କ୍ରିକେଟ ଏକାଡେମୀ କରିବା ଦିଗରେ ଆଗକୁ ବଢୁଛି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହ ବେଙ୍ଗାଲୁରୁରେ ଏକ ନୂଆ କ୍ରିକେଟ ଏକାଡେମୀର ଶିଳାନ୍ୟାସ କରିଛନ୍ତି ।

ବେଙ୍ଗାଲୁରୁରେ ବିସିସିଆଇର ଗୋଟିଏ ନ୍ୟାସନାଲ କ୍ରିକେଟ ଏକାଡେମୀ ରହିଛି । ଏବେ ଏହାକୁ ନୂଆ ରୂପ ଦିଆଯିବ । ସୌରଭ ଗାଙ୍ଗୁଲି ଏହାର ଫଟୋ ଟ୍ୱିଟରରେ ସେୟାର କରିଛନ୍ତି । ଏଥିରେ ନୂଆ କ୍ରିକେଟ୍ ଷ୍ଟାଡିୟମର ଭବ୍ୟତାକୁ ସ୍ଥାନିତ କରାଯାଇଛି ।

ରିପୋର୍ଟ ଅନୁସାରେ, ନୂଆ କ୍ରିକେଟ୍ ଏକାଡେମୀରେ ୪୦ଟି ପ୍ରାକ୍ଟିସ ପିଚ୍ ନିର୍ମାଣ କରାଯିବ । ୨୦ରୁ ଅଧିକ ଫ୍ଲଡ୍ ଲାଇଟସ ଲଗାଯିବ । ଏହାସହ ୨୫୦ ବଖରା ଏବଂ ୧୬ ହଜାର ସ୍କ୍ୱାୟର ଫୁଟ୍ରେ ଏକ ଜିମ୍ ନିର୍ମାଣ କରାଯିବ । ଖେଳାଳିଙ୍କ ପାଇଁ ଏଠାରେ ସମସ୍ତ ସୁବିଧା ଉପଲବ୍ଧ ରହିବ।

Related Articles

Back to top button
WP Twitter Auto Publish Powered By : XYZScripts.com