Breaking NewsFeaturedରାଜନୀତି

ଅଳକାଙ୍କୁ ସ୍ୱତନ୍ତ୍ର ସଦସ୍ୟତା

ସାଧାରଣ ନିର୍ବାଚନକୁ ଆଖିରେ ରଖି କଂଗ୍ରେସ ତାର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଲାଣି । ଏନେଇ ଦଳ ବିଭିନ୍ନ ରାଜ୍ୟରେ ନିଜ ସଂଗଠନ ସଜଡିବା କାର୍ଯ୍ୟରେ ଲାଗିପଡିଛି । କେଉଁଠି କାହାକୁ ଦାୟିତ୍ୱ ଦେଲେ ଅଧିକ ଫାଇଦା ମିଳିବ ସେନେଇ ବିଶେଷ ଧ୍ୟାନ ଦିଆଯାଉଛି । ଏହି ମର୍ମରେ ଦିଲ୍ଲୀ ପାଇଁ କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କୁ ଏକ ବଡ ଦେଇଛି କଂଗ୍ରେସ । ଦଳର ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଦ୍ୱାରା ପ୍ରକାଶିତ କଂଗ୍ରେସ ୱାର୍କିଂ କମିଟି ବା ସିଡବ୍ଲ୍ୟୁସି ତାଲିକାରେ ଅଲକା ଲାମ୍ବାଙ୍କୁ ଏକ ସ୍ୱତନ୍ତ୍ର ସଦସ୍ୟାଭାବେ ରଖାଯାଇଛି । ଏହାପରେ ଅଲକାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।

ନିଜ ଅଫିସିଆଲ୍ ଆକାଉଣ୍ଟରୁ ଟ୍ୱିଟ୍ କରି ସେ କହିଛନ୍ତି, ଯେ, \’ମୋ ଆଖି ଏହି ସମୟରେ ଖୁସିର ଲୁହରେ ଭରି ଯାଉଛି । ୩୦ ବର୍ଷର ରାଜନୀତିକ ସଂଘର୍ଷ ଏବଂ ଯାତ୍ରାରେ ଆଜି ମୁଁ ପୁଣି ଥରେ ଦଳର ଶୀର୍ଷ ନେତୃତ୍ୱଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କୁ ମୁଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି ।

ସେହିପରି ମୋତେ ସର୍ବଦା ସମର୍ଥନ କରୁଥିବା ସମସ୍ତ ସହକର୍ମୀଙ୍କ ଆଶା ପୂରଣ କରିବାକୁ ମୁଁ ଚେଷ୍ଟା କରିବି ବୋଲି ଟୁଇଟରେ ଲେଖିଛନ୍ତି । ସେପଟେ ଲୋକସଭା ନିର୍ବାଚନ ସମ୍ପର୍କରେ ଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସର ବୈଠକପରେ ଅଳକା ଦଳର ଗୁପ୍ତ ରଣନୀତି ପ୍ରକାଶ କରିଛନ୍ତି । ଏହାପୂର୍ବରୁ ଦିଲ୍ଲୀରେ କଂଗ୍ରେସ ମେଣ୍ଟ ନକରି ସମସ୍ତ ଲୋକସଭା ଆସନରେ ଏକୁଟିଆ ପ୍ରାର୍ଥୀ ଦେବ ବୋଲି କହି ଚର୍ଚ୍ଚାରେ ରହିଥିଲେ ଅଳକା ।

 

Related Articles

Back to top button
WP Twitter Auto Publish Powered By : XYZScripts.com