Featuredଓଡ଼ିଶାରାଜନୀତି

ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ରଖିଲା ବିଜେପି, ମତଦାନ ସମୟରେ ମୋବାଇଲ ଫୋନରେ ଲାଗୁ ରୋକ

ଭୁବନେଶ୍ୱର: ନିର୍ବାଚନମଣ୍ଡଳୀରେ ଥିବା କୈାଣସି ସରକାରୀ ଅଧିକାରୀ କିମ୍ବା ସରକାରୀ ଚାକିରୀ କରୁଥିବା ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱ ଦେବା ପାଇଁ ବାରଣ କରାଯାଇଛି । ତେଣୁ ଆଗାମୀ ପଦ୍ମପୁର ଉପନିର୍ବାଚନ ପରିଚାଳନା ପରିପ୍ରେକ୍ଷୀରେ ନିର୍ବାଚନମଣ୍ଡଳୀର ସମସ୍ତ “କାର୍ଯ୍ୟରତ କିମ୍ବା ବାସିନ୍ଦା” ସରକାରୀ ଅଧିକାରୀଙ୍କୁ ନିର୍ବାଚନ ପରିଚାଳନା ଦାୟୀତ୍ୱରୁ ବାଦ୍ ଦିଆଯାଉ । ସେହିପରି ମତଦାନ ସମୟରେ ମୋବାଇଲ ଫୋନ ବ୍ୟବହାର ଉପରେ ସଂପୂର୍ଣ୍ଣ ରୋକ ଲଗାଯାଉ । ଏଥି ସହ ଆଗାମୀ ପଦ୍ମପୁର ଉପ ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ବର୍ତମାନରୁ ବିହୀତ ପଦକ୍ଷେପ ଗ୍ରହଣ କରିବା ଦାବୀରେ ଆଜି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବୀ ଜଣାଇଛନ୍ତି ।

ସରକାରୀ କର୍ମକର୍ତାମାନଙ୍କୁ ଶାସକ ବିଜୁ ଜନତା ଦଳର କାର୍ଯ୍ୟକର୍ତା ଭାବେ ବ୍ୟବହାର କରି ବିଜେଡି ସପକ୍ଷରେ ଭୋଟ ଦେବାକୁ ଜନସାଧାରଣଙ୍କୁ ପ୍ରବର୍ତାଇବା ଗଣତନ୍ତ୍ର ପାଇଁ ଆଦୈା ଶୁଭଙ୍କର ନୁହେଁ । ଏହି କାରଣରୁ ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ପରିଚାଳନା ଉପରେ ବାରମ୍ବାର ପ୍ରଶ୍ନ ଉଠୁଛି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଭୋଟ ହାତେଇବା ପାଇଁ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନେ କୁଚକ୍ରାନ୍ତ ଓ ହୀନ ରାଜନୀତି କରି ମତଦାତାଙ୍କୁ ଭ୍ରମିତ କରୁଛନ୍ତି । ଉପନିର୍ବାଚନ ହାରିବା ଭୟରେ ବିଜେଡି ବ୍ୟସ୍ତ ହୋଇ ପ୍ରଶାସନ କଳ, ବଳ ବ୍ୟବହାର କରିବା ଆରମ୍ଭ କରିଦେଇଛି ।

ଶାସକ ବିଜେଡିର ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏବଂ ସ୍ଥାନୀୟ ଜିଲ୍ଲାପାଳଙ୍କ ସହାୟତାରେ ପଂଚାୟତରାଜ, ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି, ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଶାସକ ବିଜୁ ଜନତା ଦଳ ସପକ୍ଷରେ ଭୋଟ କରାଇବା କାର୍ଯ୍ୟ କରୁଛନ୍ତି । ରାଜ୍ୟ ନିର୍ବାଚନ ଆୟୋଗ ତୁରନ୍ତ ହସ୍ତକ୍ଷେପ କରି ଏହି ଉପନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବାକୁ ବିଜେପି ଦାବି କରିଛି ବୋଲି ମହାପାତ୍ର କହିଛନ୍ତି । ଏହି ପ୍ରତିନିଧିଦଳରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ କୁମାର ଦାସ ଏବଂ ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com