ଅନ୍ୟାନ୍ୟ
ଅଜଣା ଜନ୍ତୁ ଆକ୍ରମଣରେ ୨୦ ଛେଳି ମୃତ
ସାନଖେମୁଣ୍ଡି, ୨୬/୧୧/୨୦୨୨- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗାଁରେ ଅଜଣା ଜନ୍ତୁ ଆତଙ୍କରେ ୨୦ ଛେଳି ମୃତ । ଗାଁର ଦାସ ଗୌଡଙ୍କ ଗୁହାଳରେ ଅଜଣା ଜନ୍ତୁ ପଶି ୧୫ଟି ଛେଳିକୁ ମାରିଛି । ସେହିଭଳି ୫ଟି ଛେଳିକୁ ନେଇ ଯାଇଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଗାଁରେ ବାରହା ବୁଲୁଥିବା ବେଳେ ଏଭଳି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ପ୍ରାଣୀ ଚିକିତ୍ସକ ଏବଂ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।