ଅନ୍ୟାନ୍ୟ

ଖାକୀକୁ ଟାର୍ଗେଟ୍: ୨୪ ଘଣ୍ଟା ମଧ୍ୟରେ ୩ ପୁଲିସ କର୍ମୀଙ୍କୁ ଗାଡ଼ି ଚଢାଇ ହତ୍ୟା

ବୋରସଦା: ଖାକୀକୁ ଟାର୍ଗେଟ୍। କେଉଁଠି ଗୁଳି କରାଯାଉଛି ତ କେଉଁଠି ଗାଡ଼ି ଚଢ଼ାଇ ହତ୍ୟା। ଆଶ୍ଚର୍ଯ୍ୟକର କଥା ହେଲା ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ସ୍ଥାନରେ ପୁଲିସ ଅଫିସରଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି। ପ୍ରଥମେ ହରିଆଣା ପରେ ରାଞ୍ଚି ଆଉ ଏବେ ଗୁଜରାଟ।

ବୁଧବାର(ଜୁଲାଇ ୨୦) ଗୁଜରାଟର ବରସୋଦାଠାର ଜଣେ ପୁଲିସ କନଷ୍ଟେବଲଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। କନଷ୍ଟେବଲ ଜଣଙ୍କ ଟ୍ରକ୍‌କୁ ସିଗ୍‌ନାଲ ଦେଇ ଅଟକିବାକୁ କହିବାରୁ ଡ୍ରାଇଭର ସିଧା କନେଷ୍ଟବଲ୍‌ଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇ ଫେରାର୍ ହୋଇଯାଇଛି। ଏହି ଘଟଣାରେ କନେଷ୍ଟେବଲଙ୍କର ମୃତ୍ୟୁ ହୋଇଛି।

ବୁଧବାର ଦିନ ୧ ବେଳେ କନଷ୍ଟେବଲ କୀରନ ରାଜ ରାଜସ୍ଥାନ ନମ୍ବର ପ୍ଲେଟ୍ ସହ ଏକ ସନ୍ଦିଗ୍ଧ ଟ୍ରକ୍‌କୁ ଅଟକାଇବାକୁ ଚେଷ୍ଟା କରିଥିଲେ।  ହେଲେ ଡ୍ରାଇଭର ଜଣଙ୍କ କୀରଣଙ୍କ ଉପରେ ଗାଡ଼ି ଚଢ଼ାଇ ଫେରାର୍ ହୋଇଯାଇଥିଲା। ଏହା କୀରଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଆନନ୍ଦ ଡିଏସ୍‌ପି ଅଜିତ ରାଜ ସୂଚନା ଦେଇଛନ୍ତି। ତେବେ ଟ୍ରକ ଡ୍ରାଇଭରଙ୍କୁ ଚିହ୍ନଟ କରାଯାଇଛି। ପୁଲିସ ତଦନ୍ତ ଆରମ୍ଭ କରିଦେଇଛି ବୋଲି ଅଜିତ ରାଜ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଗତକାଲି(ଜୁଲାଇ ୧୯) ମଧ୍ୟାହ୍ନରେ ହରିୟାଣା ଟୁରୁ ଡିଏସ୍‌ପି ସୁରନ୍ଦର ସିଂହ ବେଆଇନ ବାଲି ଖନନ ନେଇ ତଦନ୍ତ କରୁଥିବା ବେଳେ ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିଲା। ସୁରେନ୍ଦର ଟ୍ରକୁ ସିଗ୍‌ନାଲ ଦେଇ ଅଟକିବାକୁ କହିବା ପରେ ଡ୍ରାଇଭର ତାଙ୍କ ଉରେ ଗାଡ଼ି ଚଢ଼ାଇ ଦେଇ ପେରାର୍ ହୋଇଯାଥିଲା। ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।  ସେହିପରି ଆଜି ରାଞ୍ଚିର ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଗାଡି ଚଢାଇ ହତ୍ୟା କରାଯାଇଛି।

ଖବର ଅନୁସାରେ, ଆଜି ଭୋର ୩ଟା ସମୟରେ ମହିଳା ପୋଲିସ ଅଧିକାରୀ ସନ୍ଧ୍ୟା ଟୋପ୍ପୋ ରାଞ୍ଚି ଜିଲ୍ଲା ତୁପୁଦାନା ଅଞ୍ଚଳରେ ଗାଡି ଚେକିଂ କରୁଥିଲେ । ଏହି ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ଟି ଦ୍ରୁତ ଗତିରେ ଆସିଥିଲା । ପିକ୍‌ଅପ୍‌ ଭ୍ୟାନ୍‌କୁ ରୋକିବାକୁ ଉଦ୍ୟମ କରିଥିଲେ ସନ୍ଧ୍ୟା ।  କିନ୍ତୁ ଡ୍ରାଇଭର ଜଣଙ୍କ ନରହି ମହିଳା ପୋଲିସଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଯାହାଫଳରେ  ମହିଳା ପୋଲିସ  ଅଧିକାରୀ ସନ୍ଧ୍ୟା ଟୋପ୍ପୋଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଗାଡି ନେଇ ଚମ୍ପଟ ମାରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com